ପ୍ରତିଦିନ ଭଳି ଆଜି ଛେଣ୍ଡିପଦା ଅଞ୍ଚଳର ବୈଜେଷ୍ଠ ବ୍ୟକ୍ତିମାନେ MCL ପାଖରେ ଥିବା ଯୋଗ କେନ୍ଦ୍ରକୁ ଯୋଗ କରିବାକୁ ଯାଉଥୁଲେ । ସକାଳ ୫.୩୦ ମିନିଟ୍ ସମୟରେ MCL ପାଚେରୀ ଉପରେ ଏକ କଲରାପତରିଆ ବାଘ ଯାଉଥିବା ଲୋକମାନେ ଦେଖିଥିବା ବେଳେ ମୋବାଇଲ ରେ ଏକ ଫଟୋ ମଧ୍ୟ ଉତ୍ତଳନ କରିଛନ୍ତି ।
ଏନେଇ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ବାଘର କୌଣସି ସନ୍ଧାନ ପାଇନଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ପ୍ରତାପଚନ୍ଦ୍ର ରାଉଳ ସୂଚନା ଦେଇଛନ୍ତି ।