ନୂଆ ନିୟମ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ କରାଯିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ । ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ୱାଟସ ଅପ୍ ଗ୍ରୁପ୍ ମାଧ୍ୟମରେ ଶେଆର କରାଯିବ । ପ୍ରତି କ୍ଳାସର ସମୟ ୩୦ ମିନିଟ୍ ରଖାଯାଇଛି। ରାଜ୍ୟର ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ କେତେ ଉପକୃତ ହେବେ ତାହା ଆଗକୁ ଜଣାପଡ଼ିବ ।

ଅର୍ଗସ ବ୍ୟୁରୋ: ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ୟୁଟ୍ୟୁବରେ ପାଠପଢା । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ହେବ ନିୟମିତ କ୍ଳାସ୍ । ଏନେଇ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ: ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସିପୁର ପଞ୍ଚାୟତର ପଥରପଦା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ଦିନ ତଳେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଯାହା ଫଳରେ କି ଦୁଇଜଣ ଗୁରୁତର ଆହତ ହୋଇ ଚାରିଛକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ I ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଉଭୟ ପରିବାର ପକ୍ଷରୁ ଚାରିଛକ ଥାନାରେ ପୃଥକ୍ ପୃଥକ୍ ଦୁଇଟି ଅଭିଯୋଗ ହୋଇଛି ।
ପୋଲିସ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ବଦଳରେ ଅଯଥାରେ ଏକ ନିରୀହ ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଗ୍ରାମର ପ୍ରାୟ 30 ରୁ ଉର୍ଦ୍ଧ ମହିଳା ମାନେ ଆସି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଚାରିଛକ ଥାନା ଅଧିକାରୀଙ୍କ ବୁଝା ସୁଝା ପରେ ମହିଳାମାନେ ଧାରଣା ସ୍ଥଳରୁ ଉଠିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଘଟଣା। ଏହି ଘଟଣାରେ ଅନେକଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି।ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦ଟି ଶବ ମଧ୍ୟରୁ ୪୦ ଜଣଙ୍କ ମୃତଦେହକୁ ତାଙ୍କ ଠିକଣା ଜାଗାକୁ ପଠାଯାଇଛି। ୫୦ରୁ ଉର୍ଦ୍ଧ ମୃତଦେହର ପରିଚୟ ମିଲିପାରିଛି। ଡିଏନଏ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗତକାଲି ବାହାନଗାରୁ ୧୬୦ଡି ମୃତଦେହ ଭୁବନେଶ୍ୱର ଆସିଥିବା ବେଳେ ଏମ୍ସରେ ଶହେଟି ରଖାଯାଇଥିଲା।
ଏମ୍ସରେ ପ୍ରଥମେ ଶବ ଗୁଡ଼ିକର ଫଟୋ ନିଆଯାଇଛି ଏବଂ ନମ୍ବର ସହ ଟ୍ୟାଗ ଲଗାଯାଇଛି । ସମ୍ପର୍କୀୟମାନେ ଫଟୋ ଦେଖାଇ ମୃତଦେହ ନେଇଛନ୍ତି। ଅନ୍ୟପଟେ ଶବ ସଂରକ୍ଷଣ ପାଇଁ ଦିଲ୍ଲୀ ଏମ୍ସରୁ ଶବ ସଂରକ୍ଷଣ ବିଶେଷଜ୍ଞ ଟିମ୍ ଆସିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:

ଅର୍ଗସ ବ୍ୟୁରୋ: ଘସିପୁରାରେ ପୁଣି ରାଜନୈତିକ ହିଂସା । ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁ ପାତ୍ରଙ୍କ ବିରୋଧରେ ଯାଉଥିବାରୁ ଦଳିତ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ। ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଥାନାରେ ମାମଲା ଦାୟର ପରେ ପୋଲିସର ଛାନଭିନ୍ନ।
ଅଭିଯୋଗ ଅନୁଯାୟୀ ଗତକାଲି ଅପରାହ୍ନରେ ଘସିପୁରା ଥାନା ଦେଓଗାଁର ରାଜୀବ ଲୋଚନ ଜେନା କେଶଦୁରାପାଳ ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ରେକୁଟିଆ ନିକଟରେ ତରିମୂଳ ଗ୍ରାମର ୧୦ ରୁ ଉର୍ଦ୍ଧ୍ୱ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ରାଜୀବଙ୍କୁ ଆକ୍ରମଣ କରିଥିଲେ ।ଏହି ସମୟରେ ସଂପୃକ୍ତ ଯୁବକମାନେ ରାଜୀବଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆମ ନେତା ଟୁଟୁ ପାତ୍ରଙ୍କ ବିରୋଧରେ କଣ ଯାଉଛୁ କହି ଆକ୍ରମଣ କରିଥିବା ନେଇ ରାଜୀବ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇବା ପରେ ଘସିପୁରା ପୋଲିସ ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ । ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଆକ୍ରମଣ ଏବଂ ହତ୍ୟାକାଣ୍ଡ ହେଉଥିବା ବେଳେ ଏସବୁ ଘଟଣାରେ ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁ ପାତ୍ର ଙ୍କ ହାତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ରହିଥିବା ନେଇ ପୀଡ଼ିତ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।କିନ୍ତୁ ପୋଲିସ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଆଖି ଦୃଶୀଆ ପଦକ୍ଷେପ ନେଇ ନାହିଁ । ରାଜୀବ ଏବେବି ଭୟଭୀତ ଅବସ୍ଥାରେ ଥିବା ବେଳେ ପୋଲିସ ଠାରୁ ନ୍ୟାୟ ଆଶା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
