ଝରିଗାଁ ବ୍ଲକ ବାଞ୍ଜିଆମ୍ବା ଓ ଥାଟବେଢ଼ା ଗ୍ରାମର ପ୍ରାୟ ୧୫ ଜଣ ପେଟ ପାଟଣା ପାଇଁ ଦୁଇ ଦାଦନ ଦଲାଲ ଙ୍କ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ଲୋଭରେ ହାଇଦ୍ରାବାଦ ମରଚାଲା ଇଟା ଭାଟିକୁ ଯାଇଥିଲେ । ସେଠାରେ କିନ୍ତୁ ପହଞ୍ଚିବା ପରେ ଦୁଇ ଦଲାଲ୍ ଭାଟି ମାଲିକ ଙ୍କ ଠାରୁ ଅଗ୍ରୀମ ଟଙ୍କା ଆଣି ଫେରି ଆସିଥିଲେ ଏହା ପର ଠାରୁ ପ୍ରାୟ ତିନି ମାସ ହେଲା ଭାଟି ମାଲିକ ମହିଳା, ଶିଶୁ ଓ ପୁରୁଷକୁ ବନ୍ଦୀ କରିଥିବା ରଖିଥିବା ଅଭିଯୋଗ ହୋଇଛି । ଅଗ୍ରୀମ ଟଙ୍କା ଫେରସ୍ତ କଲା ପରେ ତାଙ୍କୁ ଭାଟି ମାଲିକ ଛାଡ଼ିବ ବୋଲି କହିଥିବା କହିଛନ୍ତି ଦାଦନ ଶ୍ରମିକ । ଛୋଟ ଛୁଆ ଙ୍କୁ ଗ୍ରାମରେ ଛାଡି ଛନ୍ତି, ବାପା ମାଆ ଙ୍କୁ ଝୁରୁଛନ୍ତି କୋମଳ ମତି ଶିଶୁ ମାନେ। ସେପଟେ ବନ୍ଧା ପଡିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଦାବି କରିଛନ୍ତି ପରିବାର ଲୋକ ।
ଏ ସମ୍ପର୍କରେ ସଂପର୍କୀୟ ମାନଙ୍କ ତରଫରୁ ଝରିଗାଁ ଥାନରେ ଲିଖିତ ଭାବେ ଜଣାଇଲେ ମଧ୍ୟ କିଛି ଲାଭ ମିଳିନଥିବା ଅଭିଯୋଗ କରିଛନ୍ତି। ଜିଲ୍ଳା ଶ୍ରମ ଅଧିକାରୀ ରଂଜନ ବେହେରା କହିଛନ୍ତି ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ।
ଅଧିକ ଖବର ପଢ଼ନ୍ତୁ: ମାସକ ଭିତରେ କଳାହାଣ୍ଡିକୁ ଫେରିଛି ୭ଟି ଶବ
ପରିବାର ପୋଷଣ କରିବା ପାଇଁ ଅନ୍ୟ ରାଜ୍ୟ କୁ କାମ କରିବାକୁ ଯାଇ ବନ୍ଧକ ପଡ଼ିଥିବା ବାପା ମା’ମାନଙ୍କୁ ଉଦ୍ଧାର କରିବା ପାଇଁ ଛୋଟ ଛୋଟ ପିଲାମାନେ ଗୁହାରି କରିଥିବା ବେଳେ କେବେ ଜିଲ୍ଲା ପ୍ରଶାସନ ବନ୍ଧକ ପଡିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବ ତାହା ଦେଖିବାକୁ ବାକି ରହିଲା ।