ମୃତକ ମାନେ ସମସ୍ତେ ସର୍ଗଛିଡା ପଞ୍ଚାୟତର ବାଘୁଆଶୋଳ ଗ୍ରାମର ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନ ହେଲେ କାଳିଚରଣ ନାଏକଙ୍କର ପୁଅ ବାଵଲୁ ନାଏକ(୧୬) , ଜଗନ୍ନାଥ ନାଏକଙ୍କର ଝିଅ ବର୍ଷା ନାଏକ(୧୨) ଓ ରାଧା ନାଏକଙ୍କର ପୁଅ ସୁଜିତ ନାଏକ(୧୪) ।
ଏମାନେ ସମସ୍ତେ ଛେଳି ଚରାଇବାକୁ ଯାଇଥିଲେ । ଦିନ ପାଖାପାଖି ୧ଟା ସମୟରେ ବର୍ଷା ଆସିବା ସହ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ଏହି ୩ ନିଷ୍ପାପ ଙ୍କ ଜୀବନ ଦୀପ ଲିଭିଯାଇଥିଲା ।