ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ଅର୍ଥ ପୈଠ ନକଲେ କେନ୍ଦ୍ରୀୟ ଗଣେଶ ପୂଜା କମିଟି କୋର୍ଟ ର ଆଶ୍ରୟ ନେବ ବୋଲି ଏହାର କର୍ମକର୍ତ୍ତା କହିଛନ୍ତି । ସେପଟେ ଲାଲବାଗ ରାଜା ସଂଗଠନ ର ରାମକୃଷ୍ଣ ପ୍ରଧାନ ବିଜେଡି ର ଜଣେ ଟାଣୁଆ ନେତା ଓ ସେ ଏବେ କଣିହାଁ ବ୍ଲକ ର ଅଧ୍ୟକ୍ଷ ରହିଥିବା ଜଣାପଡିଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ସେ ଏକାନ୍ତ ଅନୁଗତ ହେବା ସହ ବ୍ରଜ ଇଙ୍ଗିତରେ ଲାଲ ବାଗ ରାଜା ସଂଗଠନ ପରିଚାଳିତ ହୁଏ ବୋଲି ଅଭିଯୋଗ ରହିଛି ।
ଅଧିକ ଓଡିଶା ଖବର ପଢନ୍ତୁ
ଗତବର୍ଷ ଅଗଷ୍ଟ ୩୧ ତାରିଖରେ ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ଏହାସହ ୧୦ ତାରିଖରେ ଭଷାଣ ସହ ଆଜ୍ଞା ଲଡୁ ଓ ମାଳ ନିଲାମ ହୋଇଥିଲା । ଯେଉଁଥିରେ ଲାଲବାଗ ରାଜା ସଂଗଠନ ଭାଗ ନେଇ ପ୍ରାୟ ଆଠ ଲକ୍ଷ ୭୦ ହଜାର ଟଙ୍କାର ଆଜ୍ଞାମାଳ ଓ ଲଡୁ ନିଲାମ ରେ ନେଇଥିଲେ ସୁଦ୍ଧା ଏଯାବତ କେନ୍ଦ୍ରୀୟ ଗଣେଶ ପୂଜା କମିଟି କୁ ଏ ବାବଦୀୟ ଅର୍ଥ ପୈଠ କରିନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସମ୍ପୃକ୍ତ ସଂଗଠନ ପକ୍ଷରୁ ଦିଆଯାଇଥିବା ଚେକ ଦୁଇଥର ବାଉନସ ହୋଇଥିବା କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।