ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠିବାକୁ ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ବେଶ୍ ଅଗ୍ରଗତି ହେଉଥିବାରୁ ଆଜି ଚାରିନାହାକା ଉଠିବାର ସମ୍ଭାବନା ରହିଛି। ୪ରେ ଦେବସ୍ନାନ ପୂର୍ଣ୍ଣିମା ଥିବାବେଳେ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି। ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଛତିଶି ଦିନରେ ପହଞ୍ଚିଥିବା ବେଳେ ରଥଖଳାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତିନିରଥର ପାଞ୍ଚଦଣ୍ଡା ପଡିବା ପରେ ଆଗ ମୁହାଟ, ପଛ ମୁହାଟ, ଗୁଜ, ଜଳଯନ୍ତ୍ର ଓ ନିରାଡି ସଂଯୋଗ ସରିଛି। ଛନ୍ଦା ଗୟଳ କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସେପଟେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀ ପାଇଁ ଚାନ୍ଦୁଆ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେନାପଟା, ବିଜେ ତୋଳି, ନାଡ଼ା, ମାଠ, ହାତୀ ଗଡା ଆଦି କନା ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: