ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖମ୍ବେଶ୍ୱରୀପାଲି ଗାଁର ପ୍ରେମିକ ପଦ୍ମନାଭ ରଣା କମସରା ଅଞ୍ଚଳର ଜଣେ ଯୁବତିକୁ ପ୍ରେମ କରୁଥିଲା । ଭିଡିଓ କଲକୁ ରେକଡିଂ ଓ ପରେ ବ୍ଲାକମେଲିଂ କରି ଯୁବତିଙ୍କୁ ଟଙ୍କା ମାଗିଥିଲା ।
ଟଙ୍କା ନଦେବାରୁ ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଗତକାଲି ପିଡିତା ଯୁବତି ତରଭା ଥାନାରେ ଏତଲା ଦେବାପରେ ପଦ୍ମନାଭକୁ ଗିରଫ କରିଛି ତରଭା ପୋଲିସ । ଏନେଇ ତରଭା ଥାନା ପରିସରରେ ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି ସୋନପୁର ଏସଡିପିଓ ପୁସ୍ପାଞ୍ଜଳି ନିଙ୍ଗି ।