ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଗଲାଣି । ଟ୍ୱିନ ସିଟିରେ ସକାଳୁ ପାଗ ମେଘୁଆ ରହିଛି । ଭୁବନେଶ୍ୱରରେ ଝିପ ଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ କଟକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, ଜୟପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
#Press Release dated 15th Nov 2023: Depression over Westcentral Bay of Bengal pic.twitter.com/otnMFRQvqy — Meteorological Centre, Bhubaneswar (@mcbbsr) November 15, 2023
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୪୦ ରୁ ୫୦ କିମି ବେଗରେ ପବନ ବହିବ । ତେଣୁ ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଓ ତାର ଆଖପାଖକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମସ୍ତ ୪ ଟି ବନ୍ଦରରେ 1 ନମ୍ବର ବିପଦ ସଂକେତ ଜାରି ହୋଇଛି ।