ଅଧିକ ପଡନ୍ତୁ ଓଡ଼ିଶା ଖବର
ଘଟଣାସ୍ଥଳରୁ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ । ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
ଅର୍ଗସ ବ୍ୟୁରୋ : ପୁଣି ପୋଲିସକୁ ବଡ଼ ସଫଳତା । ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ । ୩ ମାଓବାଦୀ ନିହତ ନେଇ ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବଙ୍କ ସୂଚନା । କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଗୁଳିମାଡ଼ରେ ଟଳିଲେ ।
ଅଧିକ ପଡନ୍ତୁ ଓଡ଼ିଶା ଖବର
ଘଟଣାସ୍ଥଳରୁ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ । ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।
ମୟୁରଭଞ୍ଜ : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏବଂ ଦଳୀୟ ପ୍ରେମରେ ବୁଡି ରାଜନୈତିକ ସଭାରେ ଖୋଲାଖୋଲି ରହିଲେ ଶିକ୍ଷକ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବିଜେଡି ସମାବେଶରେ। ସୋମବାର ଦିନ ଉଦଳା ଠାରେ ବିଜେଡିର ଉଦଳା ବ୍ଲକସ୍ତରୀୟ କର୍ମୀ ସମାବେଶ ଚାଲିଥିବା ବେଳେ ସେଠାରେ ଉଦଳା ମଠସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟେନ୍ଦୁ ଜେନା ସେଠାରେ ଉପସ୍ଥିତି ଥିଲେ।
ଅଧିକ ପଢନ୍ତୁ : ବିଜେଡିର ପ୍ରଚାର କରୁଛନ୍ତି ସରକାରୀ ଶିକ୍ଷକ
ଉକ୍ତ ସମାବେଶରେ ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ। ଏବଂ ବିଜେଡି ଉକ୍ତ ସମାବେଶରେ ନିଜ ନିର୍ବାଚନ ପ୍ରଚାର କରିଥିଲା। ହେଲେ ଶିକ୍ଷକ ମହାଶୟ ଜଣକ ବିଜେଡି କର୍ମୀ ସାଜି ସମାବେଶରେ କାମ କରିଥିଲେ। ତାଙ୍କର ଏହି ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ପରେ ତଦନ୍ତ କରିଛି ପ୍ରଶାସନ ଏବଂ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳରେ ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା l ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅଞ୍ଚଳବାସୀ ଜଣାଇଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି l ଆଜି 21 ନମ୍ବର ୱାର୍ଡ ସନ୍ତରା ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମୟରେ ଗ୍ରାମବାସୀ ମାନେ ବିଭାଗୀୟ କର୍ମଚାରୀଙ୍କୁ ପାନୀୟ ଜଳ ଅସୁବିଧା ବିଷୟରେ ଜଣାଇଥିଲେ। ହେଲେ କର୍ମଚାରୀ ଜଣଙ୍କ କହିଥିଲେ ସନ୍ତରା ଗାଁକୁ ପାଣି ଦିଆଯିବ ନାହିଁ l ଏହା ଶୁଣି ଗାଁ ଲୋକେ ଏକାଠି ହୋଇଥିଲେ l
ଖବର ପାଇ ଆସିଷ୍ଟାଣ୍ଟ ମ୍ୟାନେଜର ଘଟଣାସ୍ଥଳ ରେ ପହଂଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ l ହେଲେ ଗ୍ରାମବାସୀମାନେ ପାନୀୟଜଳ ସମସ୍ୟା ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଦାବି ଜଣାଇବା ସହ ଘେରି ରହିଥିଲେ l ସରକାର ଘରେ ଘରେ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେଉଥିବା ବୋର୍ଡ ମାରୁଥିବା ବେଳେ ଏ ହେଉଛି ତାର ପ୍ରକୃତ ଚିତ୍ର। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ବିଭାଗୀୟ ଅଧିକାରୀଙ୍କୁ ଛାଡିଲେ ଗ୍ରାମବାସୀ l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ନବୀନ ଖୋଲିଲେ ନୂଆ ଆକାଉଣ୍ଟ । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସବିଆଇ ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି। କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତିର ମୂଲ୍ୟ ୭୧ କୋଟି ଟଙ୍କା। ୨୦୨୪ ସାଧାରଣ ନିର୍ବାଚନ ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ନିର୍ବାଚନୀ ସତ୍ୟାପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ନବୀନଙ୍କ ପାଖରେ ୩୦ ହଜାର ନଗଦ ଟଙ୍କା ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଓ ଫିକ୍ସ ଆକାରରେ ରହିଛି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସବିଆଇ ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି। କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ । ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: