ତାଲିକାରେ ବିଶ୍ବ ବ୍ୟାଙ୍କ MD ଓ CFO ଅନଶୁଳା କାନ୍ତ , କ୍ରିକେଟର ଦୀପ୍ତି ଶର୍ମା , ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରିତି ସାନୋନ ଓ ଚେସ ଗ୍ରାଣ୍ଡମାଷ୍ଟର R ବୈଶାଳୀଙ୍କ ଭଳି 23 ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବାବେଳେ ଓଡିଶାରୁ ଏକମାତ୍ର ମହିଳା ମାଲକାନଗିରିର ସୁନା ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି NWMI ବା Network of Woman in Media , Indiaରୁ ଫେଲୋସିପି ଗ୍ରହଣ କରିଥିଲେ । ଏବଂ ପରେ `ଜଙ୍ଗଲ ରାଣୀ ଇନିସିଏଟିଭ' ଆରମ୍ଭ କରି ଆଦିବାସୀ ଝିଅ ମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି ।
ଫଳରେ ଦୁର୍ଗମ ଅଂଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଂଚିପରିବ । ଏହାସହ ପ୍ରାୟ 6 ବର୍ଷ ପୂର୍ବରୁ `ବଡ ଦିଦି' ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସଚେତନ କରୁଛନ୍ତି ଜୟନ୍ତୀ । ଏହାସହ ସେ ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: