ସସ୍ମିତା ବିଧବା ଥିବାବେଳେ ତାଙ୍କର ଗୋଟିଏ ମାତ୍ର 10 ବର୍ଷର ଝିଅ ଅଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ବଳରାମ ସାହୁକୁ ଧରାକୋଟ ପୋଲିସ କାବୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇ ଥିବାବେଳେ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।
ବ୍ରହ୍ମପୁର: ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ । ଘରେ ଏକେଲା ଥିବାର ସୁଯୋଗ ନେଇ ବେକକୁ ଛୁରୀ କାଟି ନିର୍ମମ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଖୁଡି ଜଣକ ହେଲେ 32 ବର୍ଷୀୟ ସସ୍ମିତା ସାହ ।
ସସ୍ମିତା ବିଧବା ଥିବାବେଳେ ତାଙ୍କର ଗୋଟିଏ ମାତ୍ର 10 ବର୍ଷର ଝିଅ ଅଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ବଳରାମ ସାହୁକୁ ଧରାକୋଟ ପୋଲିସ କାବୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇ ଥିବାବେଳେ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।
ଅର୍ଗସ ବ୍ୟୁରୋ : କଂଗ୍ରେସର ଏଜେଣ୍ଡା ବିଭାଜନ । ମହାରାଷ୍ଟ୍ର ଧୁଲେରେ ନିର୍ବାଚନ ପ୍ରଚାର ମଞ୍ଚରୁ କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁଣିଥରେ ଦେଶବାସୀଙ୍କୁ ଏକ୍ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ଆହ୍ବାନ । ଷଡ଼ଯନ୍ତ୍ର କରି ଦେଶରେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା କଂଗ୍ରେସର ଏଜେଣ୍ଡା କହିବା ସହ ଧାର୍ମିକ ରାଜନୀତି ଯୋଗୁ ଦେଶ ବିଭାଜନ ହୋଇଥିଲା ବୋଲି କହିଛନ୍ତି ମୋଦି । ଏବେ ଜାତିଆଣ ରାଜନୀତି କରି ଆଦିବାସୀଙ୍କ ଏକତା ଭାଙ୍ଗିବାକୁ କଂଗ୍ରେସ ଚକ୍ରାନ୍ତ କରୁଥିବାରୁ ଏକ ହୋଇ ରହିବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ମୋଦି । ଏକ ହୈ ତୋ ସେଫ୍ ହୈ ।
ଅଧିକ ପଢନ୍ତୁ : ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି
କ୍ଷମତାରୁ ଯିବା ପରେ ବି କଂଗ୍ରେସ ଦେଶବାସୀଙ୍କୁ ଜାତି ଆଧାରରେ ଭାଗ ଭାଗ କରିବା ସହ ପ୍ରତ୍ୟକ ଜାତିକୁ ଅନ୍ୟ ଜାତି ବିରୋଧରେ ଲଢେଇ କରାଇବାକୁ ଚାହୁଛି । SC, ST ଓ OBC ସଂପ୍ରଦାୟକୁ ପରସ୍ପରର ବିରୋଧୀ କରିବାକୁ କଂଗ୍ରେସ ଚକ୍ରାନ୍ତ କରୁଥିବା କହିଛନ୍ତି ମୋଦି । ଦେଶରେ ଜାତି ଭିତ୍ତିକ ଜନଗଣନା କରି ସମାଜରେ ବିଭେଦ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା କଂଗ୍ରେସକୁ ଜବାବ ଦେବାକୁ ଏକ ହେବାକୁ ଆହ୍ବାନ ଦେଇଛନ୍ତି ମୋଦି ।
ଅର୍ଗସ ବ୍ୟୁରୋ: ଥୁଆମୂଳ ରାମପୁର ବ୍ଲକର ସିରିମସ୍କା ଉଚ୍ଚ ବିଦ୍ୟାଳୟ । ୧୯୬୯ ମସିହାରେ ଆରମ୍ଭ ହୋଇଥିଲା ଏହି ବିଦ୍ୟଳୟ । ସ୍କୁଲରେ ବର୍ତ୍ତମାନ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ମାତ୍ର ଶ୍ରେଣୀଗୃହ ଅଭାବରୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀକୁ ଗୋଟିଏ କୋଠରି, ତୃତୀୟ ଓ ଚତୁର୍ଥ ଶ୍ରେଣୀ କୁ ଗୋଟିଏ କୋଠରୀ ଏବଂ ପଞ୍ଚମ ଶ୍ରେଣୀକୁ ବାରଣ୍ଡାରେ ପାଠ ପଢା ଯାଉଛି । ଅନ୍ୟପଟେ ଶିକ୍ଷକ ଅଭାବ ବିଦ୍ୟାଳୟର ଅନ୍ୟ ଏକ ପ୍ରମୁଖ ସମସ୍ୟା।
୨୦୨୧-୨୨ ମସିହାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଯୋଜନାରେ ଏହି ସ୍କୁଲ କୁ ସମିଲ କରି ୪୫ଲକ୍ଷ ଟଙ୍କାରେ ବିଦ୍ୟାଳୟ ମରାମତି କରଗଲା । ସ୍ମାର୍ଟ କ୍ଳାସ, ଵିଜ୍ଞାନଗାର ନିର୍ମାଣ କରାଗଲା । ହେଲେ ଦୁଃଖର ବିଷୟ କେବଳ ରଙ୍ଗ ବୋଲି ୫ଟି ଟଙ୍କା କୁ ଲୁଟ୍ କରାଯାଇଛି। ଏବେ ସ୍କୁଲର ସ୍ମାର୍ଟ କ୍ଳାସ ଗୁଡିକ ଭାଙ୍ଗି ଯାଇଥିବା ବେଳେ ବିଜ୍ଞାନ ଗାରକୁ ଖୁଣ୍ଟ ସାହାୟ୍ଯରେ ରଖା ଯାଇଛି ।
ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗତ ୨୦୧୬-୧୭ ମସିହାରେ ୬୦ ଲକ୍ଷ ଟଙ୍କା ଅଟକଳ ବିନିମୟରେ ଏକ ସ୍କୁଲ ଗୃହ ନିର୍ମାଣ କରାଗଲା । ହେଲେ ପରିତାପର ବିଷୟ ତାହା ସ୍କୁଲକୁ ହସ୍ତାନ୍ତର ହୋଇପାରିଲା ନାହିଁ । ସ୍କୁଲ ଏବେ ଭଗ୍ନ ଅବସ୍ଥାକୁ ଚାଲି ଆସିଥିବା ବେଳେ ସ୍କୁଲ ର କବାଟ ଝରକା କୁ ଲୋକେ ଚୋରି କରି ନେଲେଣି । ବର୍ତ୍ତମାନ ଏବେ ଏହି ଭଗ୍ନ ସ୍କୁଲ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।
ପୂର୍ବବିଜେଡି ସରକାର ଛାତ୍ରଛାତ୍ରୀ ଓ ସ୍କୁଲ କଲେଜ କୁ ମୋହରା କରି କେବଳ ଠିକାଦାର ପୋଷିବା ପାଇଁ ୫ଟି ଯୋଜନା ଆରମ୍ଭ କରିଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନା ଏଠି ରାସ୍ତା ଅଛି, ନା ଅଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଏମିତିକି ଜିବନ ଜିଇଁବା ପାଇଁ ଜବିକା ବି ନାହିଁ। ପେଟପାଟଣା ପାଇଁ ଲୋକେ ଆଜିବି ଜଙ୍ଗଲ ଉପରେ ନିର୍ଭରଶିଳ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ବିକ୍ରି କରନ୍ତି ଅଞ୍ଚଳବାସୀ। ମାତ୍ର ଏଥିପାଇଁ ମଧ୍ୟ କରିବାକୁ ପଡେ ସଂଙ୍ଘର୍ସ। ଗାଁକୁ ଯୋଗାଯୋଗ ପାଇଁ ନାହିଁ ରାସ୍ତା । ପାହାଡ ଜଙ୍ଗଲ ମଧ୍ୟରେ ଥିବା କଚ୍ଚା ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ଯେଉଁ ରାସ୍ତାରେ ପାଦେପାଦେ ରହିଛି ବିପଦ। ମାତ୍ର ଏହି ରାସ୍ତା ସାଜିଛି ସଵୁଦିନିଆ ଚଲାପଥ।
ବୋରିଗୁମ୍ମା ବ୍ଲକ କାଠରଗଡ଼ା ପଞ୍ଚାୟତର ପଢେଇଗୁଡ଼ା। ତିନିଟି ପାହାଡ ପରେ ଏହି ଗାଁ। ଗାଁ ଏମିତି ଯେଉଁଠି ସରକାରଙ୍କ ସଵୁ ମୌଳିକ ସୁବିଧା ଅପହଞ୍ଚ। ପଞ୍ଚାୟତ ଠାରୁ ୭ କିମି ଦୂରରେ ଅବସ୍ଥାପିତ ଏହି ଗାଁକୁ ଯିବାକୁ ହେଲେ ରଜାପୁଟ ଠାରୁ ଦୁଇ ପଟେ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ପଥରିଆ ପଦଚଲା ରାସ୍ତା ରେ ତିନିଟି ପାହାଡ଼ ଅତିକ୍ରମ କରିବ ପରେ ପଡେ ପଢେଇ ଗୁଡା ଗାଁ। ଯେଉଁଠି ଆଜିବି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି।
ଶିକ୍ଷା, ସ୍ବାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳ ରେ ଅପହଞ୍ଚ। ଗାଁରେ ୩୦ପରିବାର ବସବାସ କରୁଛନ୍ତି। ମାତ୍ର ପାନୀୟ ଜଳ ଯୋଗାଣ ଆଜିବି ଫେଲ୍। ପାନୀୟ ଜଳ ଯୋଗାଣ ନାଁରେ ଦୁଇଟି ନଳକୂପ ଅଛି ମାତ୍ର ସେଥିରୁ ଯାହା ପାଣି ବାହାରୁଛି ସେଥିରେ ଶୋଷ ମେଣ୍ଟୁନି। ଖରାଦିନ ଆରମ୍ଭରୁ ଶୁଖି ଯାଉଛି ନଳକୂପ।ଫଳରେ ଝରଣା କିମ୍ବ ଚୁଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି।
ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ଟିଏ ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି l ଗାଁରେ ଥିବା ଗୋଟିଏ ପୁରୁଣା ସ୍କୁଲ ମଧ୍ୟ ଦୁଇ ବର୍ଷ ହେବ ବନ୍ଦ ହୋଇ ଯାଇଛି। ପାଠ ପଢିବା ପାଇଁ ପିଲାଙ୍କୁ ୮ କିମି ଦୂରରେ ଥିବା ହରଡ଼ାଗୁଡା ସେବାଶ୍ରମ ଓ ଚମ୍ପାପଦର ସ୍କୁଲକୁ ଯିବାକୁ ପଡୁଛି। ଶିକ୍ଷାରରୁ ଏହି ଅଞ୍ଚଳରେ ଭାଷା ଗତ ସମସ୍ୟା ଦେଖିବାକୁ ମିଳିଛି। ସେଭଳି ଆବାସ ଘର ଆଜିବି ପଢେଇଗୁଡ଼ାବାସୀଙ୍କ ପାଇଁ ସାତ ସପନ। ସରକାରଙ୍କ ଆଭାସ ଯୋଜନା ରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: