ଜେନାଖାଲରେ ଗୁପ୍ତ ପୂଜା ପରେ ମହାନବମୀର ପ୍ରାତଃ କାଳରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର ବିଧି ରହିଛି । ମାଆଙ୍କ ଦର୍ଶନ ସହ ଆଶିର୍ବାଦ ପାଇବା ପାଇଁ ଜେନାଖାଲଠାରୁ ମନ୍ଦିର ଯାଏ ପ୍ରାୟ ୪ କିଲୋମିଟର ରାସ୍ତାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ରାସ୍ତାରେ ଛତରକୁ ଧୂପ, ଦୀପ, ନୈବଦ୍ୟ ଅର୍ପଣ କରିବା ସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର