ଆଜି ଦିନ ତମାମ ତାଙ୍କୁ ଖୋଜିବା ପରେ ମହାନଦୀର କଖଡି ଘାଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ସୀତାରାମ ମୁର୍ମୁ।
କଟକରେ ନିଜ ପରିବାର ସହ ରହୁଥିବା ସୀତାରାମ ଜଣେ ଦାୟିତ୍ବ ସମ୍ପନ୍ନ କର୍ମଚାରୀ। ଯିଏ କି ଅଣ୍ଡର ଓ୍ବାଟର୍ ମ୍ୟାନ୍ ଭାବେ କ୍ଷାତି ଅର୍ଜନ କରିଛନ୍ତି।
ନିଜ ଜିବଦ୍ଦଶାରେ ସେ ପାଣିରୁ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ମରଣ ମୁହଁରୁ ଛାଣି ଆଣିଛନ୍ତି। ଯେଉଁଥିପାଇଁ ଏ ବିରଳ ହାତୀ ସୁରକ୍ଷା ଅଭିଯାନରେ ତାଙ୍କୁ ନିୟୋଜିତ କରାଯାଇଥିଲା। ହେଲେ କିଏ ଜାଣିଛି ପାଣିରେ ଖେଳୁଥିବା ଏହି ଯବାନ ଜଣଙ୍କ ଜୀବନ ସେହି ପାଣିରେ ହିଁ ସ୍ବାହା ହେଇଯିବ ବୋଲି। ଆଜି ମୃତଦେହ ମିଳିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ସହିଦ୍ ସୀତାରାମ କଟକରେ ନିଜ ପରିବାର ସହ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏବେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି।
ମୃତକ ସୀତାରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଡକେଇପାଳ ଗ୍ରାମରେ। ତାଙ୍କ ବାପା ଆହ୍ଲାନ୍ ମୁର୍ମୁଙ୍କର ସେ ହେଉଛନ୍ତି ମଝିଆଁ ପୁଅ। ତାଙ୍କର ଗୋଟିଏ ୧୨ ବର୍ଷରୁ ପୁଅ ଗୋଟିଏ ୪ ବର୍ଷର ଝିଅଟିଏ ଅଛି। ସପରିବାର କଟକରେ ରହୁଥିବା ବେଳେ ୬ଷ୍ଠ ବାଟାଲିଅନ ଓଡ୍ରାଫ ଟିମର ଯବାନ ଭାବେ ସେ କାର୍ଯ୍ୟରତ ଥିଲେ।