ଦିନ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଶ୍ନପତ୍ର ଗୁଡ଼ିକ ନୋଡ଼ାଲ ସେଣ୍ଟରରେ ପହଞ୍ଚି ସାରିଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷାର୍ଥୀ ମାନେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।
ପରୀକ୍ଷାକେନ୍ଦ୍ରକୁ ସାନିଟାଇଜ କରାଯାଇଥିବା ବେଳେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କାନିଂ କରାଯିବ । ପରୀକ୍ଷା ପରିଚାଳନାରେ ନିୟୋଜିତ ଶିକ୍ଷକଙ୍କ ଆଣ୍ଟିଜେନ ପରୀକ୍ଷା ସହ ପରୀକ୍ଷା ହଲରେ କୋଭିଡର ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କୋଭିଡ ସ୍କ୍ୱାଡ୍ ଗଠନ କରାଯାଇଛି । 15 ହଜାର 151 ଜଣ ପରୀକ୍ଷାର୍ଥୀଙ୍କ ପାଇଁ 504ଟି ସେଣ୍ଟର କରାଯାଇଛି ।