ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ନିଆଁରେ ଔଷଧୀୟ ବୃକ୍ଷ ସବୁ ପୋଡି ପାଉଁଶ ହୋଇଯାଉଛି

ଅର୍ଗସ ବ୍ୟୁରୋ:ଅନୁଗୋଳ ବନଖଣ୍ଡ ଛେଣ୍ତିପଦା ରେଞ୍ଜ ଗୋପିନାଥପୁରୁ ଜଙ୍ଗଲରେ ନିଆଁ ଲାଗୁଥିଲା ବେଳେ ଗ୍ରାମବାସୀ ଓ ଦମକଳ ବିହୀନ ନିଆଁ ଲିଭେଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ନିଆଁରେ ଔଷଧୀୟ ବୃକ୍ଷ ସହ ପାଖରେ ଥିବା ମୂଲ୍ୟବାନ ଗଛ ସବୁ ପୋଡି ପାଉଁଶ ହୋଇଯାଉଛି । ଏଥିରେ ଧନ ଜୀବନ କ୍ଷତି ହୋଇଥିବା ଜଣା ପଡିନଥିଲେ ମଧ୍ୟ ଜଙ୍ଗଲ ନଷ୍ଟ ହୋଇ ଯାଇଛି। ସେପଟେ ନିଆଁ ଲିଭାଇବା ପାଇଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଖରାଦିନ ଆସିଥିଲେ ମଧ୍ୟ ନିଆଁ ଲିଭା ସ୍କ୍ବାର୍ଡଙ୍କୁ ନିୟୋଜିତ କରାଯାଇନାହିଁ । ଗ୍ରାମବାସୀ ଓ ଛେଣ୍ତିପଦା ଦମକଳ ବାହିନୀ ନିଆଁ ଆୟତ୍ତ କରିଥିବା ଜଣା ପଡ଼ିଛି।
Download Argus News App
