ଶେଷରେ ଡାକ୍ତର ତାଙ୍କୁ ସାଇକୋ ପେସେଣ୍ଟ କହି ଘର କୁ ଫେରାଇ ଦେଇଛନ୍ତି।ଏବେ ସେ ବିଛଣାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବୃଦ୍ଧା ବୟସ ରେ ତାଙ୍କର ସବୁ ସେବା ଯତ୍ନ ନେଉଛନ୍ତି ତାଙ୍କ ମା। ପାଖରେ ଯାହା କିଛି ଅର୍ଥ ଥିଲା ସବୁ ଖର୍ଚ୍ଚ ହୋଇ ସାରିଲାଣି।ସାଙ୍ଗସାଥି ସାଇ ପଡିଶା ମଧ୍ୟ ଯିଏ ଯାହା ପାରିଲା ଆର୍ଥିକ ସହାୟତା କରିଛନ୍ତି । ହେଲେ ଏବେ ତାଙ୍କ ପାଖରେ ନିଜର ଚିକିତ୍ସା କରିବାକୁ ଆଉ ଅର୍ଥ ନାହିଁ। ଗୋଟେପଟେ ଡାକ୍ତର ରୋଗ ନିରୂପଣ କରିପାରୁନଥିବା ବେଳେ ଅନ୍ୟ ପଟେ ଅସହ୍ୟ ଯନ୍ତ୍ରଣା ସାରଥୀ ଙ୍କୁ ନିରାଶ କରିଦେଇଛି ।
ଶେଷରେ ସେ ବାଧ୍ୟହୋଇ ଇଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ନିବେଦନ କରିଛନ୍ତି ପିଡିତା ସାରଥୀ । ଝିଅର ଏଭଳି କଷ୍ଟ ସହିନପାରି ଜନ୍ମ କଲା ମା ଆଖିରୁ ଲୁହ ଶୁଖୁନି। ନିରୁପାୟ ହୋଇ ଶେଷରେ ମା ମଧ୍ୟ ସରକାର ଙ୍କୁ ନିବେଦନ କରି କହିଛନ୍ତି ସରକାର ମୋ ଝିଅ କୁ ଭଲ କରିଦିଅ ନଚେତ ମାରିଦିଅ । ସେପଟେ ଏ ସମ୍ପର୍କରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଏହାକୁ ଗୁରୁତର ସହ ନେଇ ନିଜ ଟିମ କୁ ପଠାଇ ସାରଥୀ ଙ୍କ ସମସ୍ତ ଚିକିତ୍ସା କରାଯିବ। ସାରଥୀ ଙ୍କ ରୋଗ ନିରୂପଣ କରି ଉର୍ଣ୍ଣତ ଚିକିତ୍ସା ଯୋଗାଇଦେବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: