ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇପାରି ନ ଥିବାରୁ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇପାରେ ବୋଲି ପ୍ରଶାସନ ଆକଳନ କରିଛି । ତେଣୁ ମହାପ୍ରଭୁଙ୍କ ଯାତ୍ରା କିପରି ସୁଚାରୁ ରୂପେ ସମ୍ପାଦନ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ ।
ଏହାଛଡା ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହି ସେମାନଙ୍କ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦେବେ। ବୈଠକରେ ଜିଲ୍ଲାପାଳ, ଏସପି,,ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ସେବାୟତ ଓ ବୁଦ୍ଧିଜୀବୀ ମାନେ ସାମିଲ ରହିବେ ।