ଗତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥିବା ବେଳେ ଚଳିତ ବର୍ଷ ୧୮୭ ପ୍ରଜାତିର ପକ୍ଷୀ ଚିଲିକା ଆସିଥିବା ସରକାରୀ ଗଣନାରୁ ଜଣାପଡିଛି । ପ୍ରତିବର୍ଷ ଭଳି ଚିଲିକାକୁ ଏହି ବିଦେଶୀ ପକ୍ଷୀମାନେ ଶୀତ ଋତୁରେ ଅର୍ଥାତ ଅକ୍ଟୋବର ମାସରେ ଆସିଥାନ୍ତି । ଏବଂ ଗ୍ରୀଷ୍ମ ଦିନରେ ଅର୍ଥାତ ମାର୍ଚ୍ଚ-ଏପ୍ରିଲ ମାସରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ସରକାରୀ ରେକର୍ଡ ରହିଛି ।
ଶୀତ ଋତୁରେ ଏହି ରଙ୍ଗ-ବେରଙ୍ଗ ର ଦେଶୀ-ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଚିଲିକାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟି ଥାଏ । ମାତ୍ର ଏହି ବିଦେଶୀ ପକ୍ଷୀଙ୍କ ପ୍ରତ୍ୟାବର୍ତ୍ତନ ହୋଇ ଯିବାରୁ ଚିଲିକା କୂଳ ଏବେ ଖାଁ ଖାଁ ଦେଖିବାକୁ ମିଳିଛି । ଏପରିକି ପର୍ଯ୍ୟଟକଙ୍କ ରେଡ୍ଡି ହୋଇ ରହିଥିବା ଡଙ୍ଗା ଏବେ ଫାଙ୍କା ପଡିଛି । ଚିଲିକାର ଏହି ନୀଳ ଜଳ ରାଶିରେ ବିଦେଶୀ ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକମାନେ ବେଶ ଆନନ୍ଦ ଉଲ୍ଲାସ ଉପଭୋଗ କରିବା ସହ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ମନ୍ତ୍ରମୁଗ୍ଧ ହୋଇଥାନ୍ତି ।
ଏବେବି କେତେକ ବିଦେଶୀ ପକ୍ଷୀ ଚିଲିକାକୁ ସୁରକ୍ଷିତ ମଣୁ ଥିବାରୁ ଏଠାରେ ରହି ଯାଇଛନ୍ତି । ବିଦେଶାଗତ ପକ୍ଷୀମାନେ ଦେଶ ବିଦେଶରୁ ଚିଲିକାକୁ ୪ ମାସ ପାଇଁ ଆସିଥାନ୍ତି । ଗ୍ରୀଷ୍ମ ଋତୁର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରୁ ବିଦେଶୀ ପକ୍ଷୀମାନେ ଏବେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...