କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗତ ୨ଦିନ ତଳେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୨ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ଡକାଇ ସେମାନଙ୍କ ସହ ଆଲୋଚନା ପରେ ଏବେ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି। ପିଲାମାନଙ୍କ ପାଠପଢ଼ା ଓ ଉଚ୍ଚଶିକ୍ଷା ପାଇଁ ହଷ୍ଟେଲ ଖୋଲା ଯିବାର ଆବଶ୍ୟକତା ରହିଛି। ତେଣୁ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ। ପରବର୍ତ୍ତୀ ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କରୋନା ଗାଇଡଲାଇନ ମାନି ହଷ୍ଟେଲରେ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।