ମନ୍ତ୍ରୀ ତ ଚିଠି ଲେଖିଲେ ହେଲେ ପ୍ୟାନେଲିଷ୍ଟ କାହିଁକି ଉତ୍ତର ଦେବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଆଉ ଥରେ ଶୁଣନ୍ତୁ ରେଳ ପ୍ରକଳ୍ପ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଶ୍ନ ହେଲେ ସେ କେମିତି ପ୍ରସଙ୍ଗକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ।
ମିଛ ତ ମିଛ ଡାହାମିଛ କହି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବିଜେଡି ସରକାର । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁନାହାନ୍ତି ତ ଦଳ । ପଦମପୁର ଉପନିର୍ବାଚନ ରେ ଭୋଟରଙ୍କୁ ଭ୍ରମିତ କରିବା ପାଇଁ ଟୁକୁନି ସାଜିଥିଲେ କି ମୋହରା । ଯଦି ମନ୍ତ୍ରୀ ଚିଠି ଲେଖିଥିଲେ ତାହାହେଲେ ପ୍ରଶ୍ନ କଲେ ସେ ଏମିତି କାହିଁକି ହେଉଛନ୍ତି ।
କେବଳ ମନ୍ତ୍ରୀ ଟୁକୁନି ସାହୁ ନୁହଁନ୍ତି ତାଙ୍କର ରାଜନୈତିକ ଗୁରୁ କୁହାଯାଉଥିବା କୁହାଳିଆ ନେତା ସୁଶାନ୍ତ ସିଂଙ୍କ ଅବସ୍ଥା ବି ସମାନ । ସବୁ କଥାରେ ଆଗକୁହା ହୋଇଥିବା ସୁଶାନ୍ତ ସିଂଙ୍କୁ ପ୍ରଶ୍ନ କଲେ ସେ କେମିତି ବିଳିବିଳି ହେଉଛନ୍ତି ଶୁଣନ୍ତୁ ।
ରାଜ୍ୟ ସରକାରଙ୍କ ବରଗଡ଼ ଟ୍ରେନ୍ ରାଜନୀତି ଲାଇନଚ୍ୟୁତ ହୋଇଛି । ପଦମପୁର ଉପନିର୍ବାଚନ ପାଇଁ ଜାଲ ବିଛାଇଥିଲେ ଆଉ ଏବେ ନିଜେ ଫସିଗଲେ । ବରଗଡ଼-ନୂଆପଡା ରେଳ ଲାଇନ ସର୍ଭେ ପାଇଁ ମଂଜୁରୀ ଦେଇସାରିଛି କେନ୍ଦ୍ର । 2018ରୁ ରେଳଲାଇନ ପାଇଁ ସର୍ଭେକୁ ମିଳି ସାରିଛି ମଂଜୁରି । ମିଛ ଧରାପଡିଯିବା ପରେ ବିଜେଡି ଏବେ ନେତା ଥଥ ମମ ।
ରାଜନୀତି ଖବର ଆହୁରି ପଢନ୍ତୁ ।