ଆହୁରି ପଢନ୍ତୁ ଓଡିଶା ଖବର...
ଯାଜପୁର: ଜହ୍ନା ଗାଁରେ ଅଘଟଣ । ଗାଧେଇବାକୁ ଯାଇ ପୋଖରୀରେ ବୁଡି ନାବାଳିକା ମୃତ । ସୂଚନା ଅନୁଯାୟୀ ଜହ୍ନା ଗାଁର ଲକ୍ଷ୍ମୀ ଅମାନ୍ତଙ୍କ ନାବାଳିକା ଝିଅ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଅନେକ ସମୟ ବିତିଗଲା ପରେ ବି ଝିଅ ଆଉ ଘରକୁ ଫେରିନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅ ଗାଁ ପୋଖରୀରେ ଭାସୁଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ଏଥିସହିତ ଝିଅକୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଛନ୍ତି । ସେପଟେ ଝିଅର ମୃତ୍ୟୁ ପରେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : କଂଗ୍ରେସର ପୁଣି ଘୋଷଣା କଲା ପ୍ରାର୍ଥୀ ତାଲିକା । ୨ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କଟକରୁ ସୁରେଶ ମହାପାତ୍ର ପ୍ରାର୍ଥୀ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ । ତା ସହିତ ୮ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର- ମୋନାଲିସା ଲେଙ୍କା । ବଡ଼ଚଣା- ଅଜୟ ସାମଲ, ପାଲଲହଡ଼ା- ଫକୀର ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର