ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ଜଳାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ନେତା । କିନ୍ତୁ କାମ ସରିଗଲା ପରେ ସେଠାରୁ ଚାଲିଗଲେ ନେତା । ଆଉ ସେଠାରେ ପଡି ରହିଲେ କୋଟି ଓଡିଆର ମୋଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ।
ଆହୁରି ପଢନ୍ତୁ ଓଡ଼ିଶା ଖବର...
କୃଷ୍ଣପୁର: କୋଟି ଓଡିଆଙ୍କ ମୋଉଡମଣୀଙ୍କୁ ଅସମ୍ମାନ । ଖରାରେ ଅଖା ଘୋରିହୋଇ ବସିଛନ୍ତି ମୋହାପ୍ରଭୁ କାଳିଆ ସାଆନ୍ତ । ଏ ଦୃଶ୍ୟ ହେଉଛି ମାଲୁଦ ପଞ୍ଚୁଦୋଳ ପଡିଆର । ଗତ ୧୯ ତାରଖରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏଠାରେ ବ୍ରହ୍ମଗିରିର ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଏବଂ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ନେତୃତ୍ଵରେ କୃଷ୍ଣପ୍ରସାଦର ଅନେକ ବିଜୁ ଛାତ୍ର ମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା ।
ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ଜଳାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ନେତା । କିନ୍ତୁ କାମ ସରିଗଲା ପରେ ସେଠାରୁ ଚାଲିଗଲେ ନେତା । ଆଉ ସେଠାରେ ପଡି ରହିଲେ କୋଟି ଓଡିଆର ମୋଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ।
ଆହୁରି ପଢନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।