ଅଧିକ ପଢନ୍ତୁ ଓଡ଼ିଶା ଖବର
ଦମ୍ପତିଙ୍କ ଜୀବନ ବଞ୍ଚାଇ ମୋହାନତା ଦେଖାଇଥିଲେ ବ୍ରହ୍ମଗିରି ବିଧାୟକ । ଦେବ ଦୂତ ସାଜି ପହଞ୍ଚିଥିଲେ ବିଧାୟକ । ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଧାର କରି ନିଜ ଚାରିଚକିଆ ଗାଡିରେ ମେଡ଼ିକାଲରେ ପହଞ୍ଚାଇଥିଲେ ବିଧାୟକ । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା ।
ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ ବିଧାୟକ। ଆହତ ଦମ୍ପତିଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର ଖାନାରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ବିଧାୟକ । ଆହତ ଦମ୍ପତିଙ୍କୁ ଉତମ ଚିକିତ୍ସା କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ବିଧାୟକ ।