ଅଧିକ ପଢନ୍ତୁ : ୪ ଦିନିଆ ଓଡିଶା ଗସ୍ତରେ ଡ଼. ମୋହନ ଭାଗବତ
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ । କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସହ ସେଠାରେ ୪ ଦିନ ରହିବେ ।
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ଡକ୍ଟର ମୋହନ ଭାଗବତ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜିଠାରୁ ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ।
ଅଧିକ ପଢନ୍ତୁ : ୪ ଦିନିଆ ଓଡିଶା ଗସ୍ତରେ ଡ଼. ମୋହନ ଭାଗବତ
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ । କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସହ ସେଠାରେ ୪ ଦିନ ରହିବେ ।
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣର ଆସନ୍ତା ଜାନୁୟାରୀରେ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି କହିଛନ୍ତି। ସିଡନୀ କ୍ରିକେଟ ପଡ଼ିଆରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ତାଙ୍କର ବିଦାୟୀ ମ୍ୟାଚ ହେଉ ବୋଲି ସେ ଚାହୁଁଛନ୍ତି। ଏବେ ଓ୍ବାର୍ଣ୍ଣର WTC ଫାଇନାଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ନିଜ ଭବିଷ୍ୟତ ସଂକ୍ରାନ୍ତରେ ଏହି ପ୍ରତିକ୍ରିୟା ରଖିଛନ୍ତି।
କିଛି ଦିନ ଧରି ସେ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ତେଣୁ ଦଳରେ ସ୍ଥାୟୀ ଭାବେ ରହିବାକୁ ହେଲେ ନିୟମିତ ରନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ତାଙ୍କ ମତରେ ୨୦୨୪ ଟି-୨୦ ବିଶ୍ବକପ ତାଙ୍କର ଶେଷ ମ୍ୟାଚ ହେବ।
ଭାରତ ବିପକ୍ଷ WTC ଫାଇନାଲ ଖେଳିବାପରେ ୫ ମ୍ୟାଚ ବିଶିଷ୍ଟ ଆସେସ ଶୃଙ୍ଖଳା ପାଇଁ ତାଙ୍କୁ ଚୟନ କରାଯାଇଛି। ଆସେସ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ ପାଇଁ ଓ୍ବାର୍ଣ୍ଣରଙ୍କ ନାମ ତାଲିକାରେ ଥିବାବେଳେ ମାର୍କସ ହାରିସ ଓ ମ୍ୟାଟ ରେନସ ବିକଳ୍ପ ଖେଳାଳି ଭାବେ ରହିଛନ୍ତି।
ଅଧିକ ଖବ ପଢ଼ନ୍ତୁ: ଡ୍ୟୁକ ବଲରେ ଭାରତ ଖେଳିବ WTC ଫାଇନାଲ ମ୍ୟାଚ
ଏହାପୂର୍ବରୁ ବର୍ଡର ଗାଭାସ୍କର ଟ୍ରଫିରେ ଓ୍ବାର୍ଣ୍ଣରଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଥିଲା। ତିନୋଟି ପାଳିରୁ ମାତ୍ର ୨୬ ରନ କରିଥିଲେ। ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନ ସହ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏବଂ ଶେଷ ମ୍ୟାଚ ସିଡନୀରେ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ର ୧୬ ତମ ସିଜନ ଅତ୍ୟନ୍ତ ରୋମାଞ୍ଚକର ସହ ସରିଛି। ଆଉ ଏହି ଆଇପିଏଲରେ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏବେ ଭାରତୀୟ ଖେଳାଳି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ WTC ଫାଇନାଲ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଟିମ ଇଣ୍ଡିଆର ଖେଳାଳି ଏବେ ଲଣ୍ଡନରେ ପ୍ରାକ୍ଟିସ ଜାରି ରଖିଛନ୍ତି। ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର। ତେବେ ଓ୍ବାର୍ଲ୍ଡ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଡ୍ୟୁକ ବଲରେ ଖେଳାଯିବ। ଭାରତୀୟ ଖେଳାଳି ଆଇପିଏଲ ସମୟରେ ଏସଜି ବଲ ଖେଳିଥିବାବେଳେ ଏବେ ଡବ୍ଲ୍ୟୁଟିସି ପାଇଁ ଡ୍ୟୁକ ବଲରେ ପ୍ରାକ୍ଟିସ ଆରମ୍ଭ କରିଛି।
ଏସଜି ବଲରେ ଆଇପିଏଲ ଖେଳିଥିବା ଭାରତୀୟ ଟିମକୁ ଡ୍ୟୁକ ବଲରେ ଅସୁବିଧା ନ ହେବା ପାଇଁ ଫାଇନାଲ ପୂର୍ବରୁ ସମସ୍ତ ଖେଳାଳି ଏହି ବଲରେ ଅଭ୍ୟାସ ଆରମ୍ଭ କରିଛନ୍ତି।
ତେବେ ଏହି ଏସଜି ବଲ ଓ ଡ୍ୟୁକ ବଲ କଣ। ଫ୍ୟାନମାନେ ନିଶ୍ଚିତ କନଫ୍ୟୁଜ ହେଉଥିବେ। ବିଶ୍ବ କ୍ରିକେଟରେ ବର୍ତ୍ତମାନ ସମୟରେ ୩ ପ୍ରକାର ବଲ ବ୍ୟବହାର କରାଯାଉଛି। ଏଥିମଧ୍ୟରେ ରହିଛି କୁକାବରା, ଡ୍ୟୁକ ଓ ଏସଜି ବଲ। ଏହି ୩ ପ୍ରକାର ବଲ ବର୍ତ୍ତମାନ ବିଭିନ୍ନ ଦେଶର ଖେଳାଳିମାନେ ଖେଳୁଛନ୍ତି।
ଅଧିକ ଖବର ପଢ଼ନ୍ତୁ: ବିବାହ ବନ୍ଧନରେ ବାନ୍ଧିହେଲେ ସିଏସକେ ବ୍ୟାଟର ଋତୁରାଜ ଗାଏକ୍ବାଡ
ବିଶେଷ କରି ଟେଷ୍ଟ ମ୍ୟାଚ ଖେଳୁଥିବା ଦେଶ ସବୁଠାରୁ ଅଧିକ କୁକାବୁରା ବଲ ବ୍ୟବହାର କରିଥାନ୍ତି। ଏହି ବଲରେ ୮ଟି ଦେଶ କ୍ରିକେଟ ଖେଳିଥାନ୍ତି। କୁକାବୁରା ବଲ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଜିମ୍ବାଓ୍ବେ ଏବଂ ଆଫଗାନିସ୍ତାନ ଆଦି ଦେଶରେ ବ୍ୟବହାର ହୋଇଥାଏ। ସେହିପରି ଡ୍ୟୁକ ବଲରେ ଇଂଲଣ୍ଡ ଆର୍ୟଲ୍ୟାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳ ହୋଇଥାଏ। ଭାରତ କେବଳ ଏକମାତ୍ର ଦେଶ ଏସଜି ବଲ ବ୍ୟବହାର କରିଥାଏ।
ତେବେ ଆଇସିସି ସ୍ପଷ୍ଟ କରିଛି ଯେ, ବଲର ବ୍ୟବହାରକୁ ନେି କୌଣସି ନିୟମ ହୋଇନି। ଯେଉଁଠାରେ ମ୍ୟାଚ କିମ୍ବା ସିରିଜ ହୋାଇଥାଏ। ସହି ଦେଶ ହିସାବରେ ବଲର ବ୍ୟବହାର କରାଯାଇଥାଏ। କିଛି ଦେଶ ସବୁ ସିରିଜରେ ଅଲଗା ଅଲଗା ବଲ ମଧ୍ୟ ବ୍ୟବହାର କରିପାରିବେ।
ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ଆଜିର ଦିନରେ ନେମାଳ ପଦ୍ମବନ ପୀଠରେ ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ ସେଇ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ।
ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସାରା ରାଜ୍ୟରୁ କୋଣ ଅନୁକୋଣରୁ ବହୁ ଭକ୍ତ ଓ ସାଧୁସନ୍ଥ ମାନେ ଏକାଠି ହୋଇଥାନ୍ତି l ଏବଂ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥାଏ l
ଆସନ୍ତୁ ଦେଖିବା ନେମାଳ ପିଠାରୁ ଏହି ସ୍ପେସିଆଲ ରିପୋର୍ଟ। ଏ ହେଉଛି କଟକ ଜିଲ୍ଲା ମାଳିକା କ୍ଷେତ୍ର ନେମାଳ। ପଦ୍ମବନ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ପାଳିତ ହେଉଛି ମହାପୁରୁଷଙ୍କ ପବିତ୍ର ଦେବସ୍ନାନ ଉତ୍ସବ। ସମୟ ନିର୍ଘଣ୍ଟ ଅନୁସାରେ ପ୍ରାପ୍ତ ସକାଳୁ ବିଭିନ୍ନ ନୀତିକାନ୍ତି ଚାଲୁଅଛି। ବିଭିନ୍ନ ଆଡୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରୁଛନ୍ତି। କୁହାଯାଏ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଠାରୁ ଏଠାରେ ମହାପୁରୁଷଙ୍କୁ ଦର୍ଶନ କଲେ ଅଧିକ ପୁଣ୍ୟ ମିଳିଥାଏ।
ଏହି ନେମାଳ ପିଠ ଭକ୍ତ ମାନଙ୍କ ପାଇଁ ଭୋଗ ଦୋକାନ ଠାରୁ ଆରମ୍ଭ କରି ବହୁ ଦୋକାନ ବଜ଼ାର ପଡିଥାଏ l ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ ଖରାଦିନ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ପାଣି ଓ ଦହି ଏବଂ କାକରା ପିଠା ଭଳି ସାମଗ୍ରୀ ଦେଇଥାନ୍ତି l ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ବାରିକେଡ ମଧ୍ୟ କରାଯାଇଛି l ଯେମିତି କି ଲାଇନରେ ରହି ଭକ୍ତ ମାନେ ସୁରୁଖୁରୁରେ ଦର୍ଶନ କରିପାରିବେ l ଆଜି ର ଦିନ ଲକ୍ଷାଧିକ ଭକ୍ତ ମାନେ ଆସନ୍ତି ସେଥିପାଇଁ ପାଇଁ କଟକ ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର