ସେହିପରି 28 ତାରିଖ ଦିନ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ. ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଆଦି ଜିଲ୍ଲାର କେତେକ ଅ଼୍ଚଳରେ ବିଜୁଳି, ଘଡଘଡି, ସହ ବର୍ଷା ହେବ । ସେହିଭଳି 29 ତାରିଖ ଦିନ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ,କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର, କୋରପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ଏଥି ସହ 30 ତାରିଖ ଦିନ ବି ବର୍ଷା ଜାରି ରହିବ ।
ପାଣିପାଗ ଖବର ଆହୁରି ପଢ଼ନ୍ତୁ ।
ସପ୍ତାହେ ଯାଏଁ ମୌସୁମୀ ବିରତି

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ସମ୍ପୂର୍ଣ୍ଣ ଖରାଟିଆ ରହିଛି । ପାଗ ଶୁଖିଲା ଥିବାବେଳେ କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ମୌସୁମୀ ଜନିତ ବର୍ଷାର ସମ୍ଭାବନା ନାହିଁ । ସପ୍ତାହେ ଯାଏ ବିରତି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ବେଶ କିଛିଦିନ ମୌସୁମୀ ସକ୍ରିୟ ରହିବା ପରେ ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ବିରତି ସ୍ଥିତି ଲାଗି ରହିବ । ଏହି ସମୟରେ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ।
ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ମନେ ପଡ଼ନ୍ତି ଭାରତ ରତ୍ନ । ଆଜି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି ଦେଶ । ନୂଆଦିଲ୍ଲୀ ବିଜୟଘାଟ ସ୍ଥିତ ସଦୈବ ଅଟଳ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ର
Download Argus News App
