ଚନ୍ଦ୍ରଶେଖରପୁର ଥାନାରେ ଏମିତି କିଛି କହିଛନ୍ତି ଦୁଇ ଭାଇ ଭଉଣୀ। ସେମାନଙ୍କ ମା’ ଜଣ ଖରାପ ଚରିତ୍ରର ମଣିଷ ବୋଲି ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଏମିତିକି ନିଜ ମା’ର ଶୋସିଆଲ ମିଡିଆ ବନ୍ଧୁମାନେ ଏହି ନାବାଳିକାଙ୍କୁ ଅସଦାଚରଣ କରିଥିବା କଥା ମଧ୍ୟ ଥାନାରେ କହିଛନ୍ତି।
ଜନ୍ମକଲା ମା’ ହୋଇ ମଧ୍ୟ ମହିଳା ଜଣକ ନିଜ ଦୁଇ ଛୁଆଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ମାଡ ମାରି ଲହୁ ଲୁହାଣ କରିଥିବା ଫଟୋ ମଧ୍ୟ ଥାନାରେ ଦେଖାଇଛନ୍ତି।