ପୋଲସରା ଥାନା ଅଞ୍ଚଳର ଜକର ଗ୍ରାମରେ ପ୍ରକାଶ ଜେନାଙ୍କ ଝିଅ ମମତା ବିଶ୍ୱାଳ ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ରାଜ୍ୟରେ ରହୁଥିବା ବେଳେ ସ୍ତ୍ରୀ ମମତା ବାପ ଘରେ ରହୁଥିଲେ।
ମମତାଙ୍କ ମାନସିକ ବିକୃତି ଥିବା ବାପ ଘର ଲୋକେ କହିଛନ୍ତି। ମମତା କିଛି ଜାଣି ନ ପାରି ଦୁଇ ବର୍ଷର ପୁଅକୁ ଏକ ଚାପୁଡ଼ା ମାରିଥିଲେ। ଯାହା ଫଳରେ ତାହା କାନ ଗିରିକୁ ବାଜିବା ଫଳରେ ସଂଗେ ସଂଗେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି।