ବ୍ରିଜ ଉପରେ 4 ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା ବ୍ରିଜ ଉଭୟ ପାର୍ଶ୍ଵରେ ଶତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । କାଲିମେଳା ପୁଲିସ କର୍ମଚାରୀମାନେ ବ୍ରିଜ ପାର ନହେବାକୁ ଲୋକଙ୍କୁ ବାରଣ କରୁଛନ୍ତି । ପ୍ରଶାସନ ପକ୍ଷରୁ ବ୍ରିଜର ଉଭୟ ପାର୍ଶ୍ୱରେ ଲାଲ ରଙ୍ଗର ଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି । ଏହାଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । ଏକ ପ୍ରକାରର ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ ।
ଶୁକ୍ରବାର ଦିନସାରା ଯାତାୟାତ ସ୍ୱଭାବିକ ରହିଥିବା ବେଳେ ଶନିବାର ଅପରାହ୍ନ 3 ଟା ପରଠାରୁ ବ୍ରିଜ ଉପରେ ଜଳ ସ୍ତର ବୃଦ୍ଧି ପାଇଥିଲା । ବର୍ତ୍ତମାନ ମଧ୍ୟ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଜଳ ସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ସେହିପରି ଏମ୍ ଭି. ୯୬ ବ୍ରିଜ ଉପରେ ମଧ୍ୟ ୪/୫ ଫୁଟ ପାଣି ପ୍ରଭାବିତ ହେଉଥିବାରୁ ସେଠାରେ ମଧ୍ୟ ଲୋକମାନେ ଅଟକି ରହିଥିବା ଦେଖିବାକୁ ମିଳିଛି । କାଲିମେଳାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ୍ ତଳେ ପାଣି ରହିଛି । କେତେବେଳେ ବି ବ୍ରିଜ ବୁଡିଯିବାର ଆଶଙ୍କା ରହିଛି । ବର୍ଷାକୁ ନଜରରେ ରଖି ପ୍ରଶାସନ ଅଧିକାରୀମାନେ ସଜାଗ ରହିଛନ୍ତି । କାଲିମେଳା ବ୍ଲକ ପ୍ରସାଶନ ପକ୍ଷରୁ ମଧ୍ୟ ବର୍ଷା ଉପରେ ନଜର ରଖି କାର୍ଯ୍ୟ କରୁଥିବା ଜଣାପଡିଛି । ବିଡିଓ ପ୍ରଦୀପ କର ବୁଡି ଯାଇଥିବା ବ୍ରିଜ ଅଞ୍ଚଳ ବୁଲି ଦେଖିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...