ଦୁଇ ଦୁଇ ସାଂସଦ ଦଳ ଛାଡିବା ପରେ ଏବେ ଅଡୁଆରେ ବିଜେଡି। ଦଳର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ସାଂସଦ ମାନେ ଦଳ ଛାଡିବାର ପ୍ରଭାବ ସଂଗଠନ ଉପରେ ନିଶ୍ଚିତ ପଡିବା ଦଳ ଏହାର ଆତ୍ମନୀରିକ୍ଷଣ କରିବା ଆବଶ୍ୟକ ।
ମମତା ଓ ସୁଜିତଙ୍କ ଦଳ ବଦଳ ବିଜେଡିର ନିଦ ଦେଇଛି ହଜାଇ। ଏଭଳି ସ୍ଥିତିରେ ବିଜେଡିକୁ କଟାକ୍ଷ କରିଛନ୍ତି ବିଧାୟକ ବାବୁ ସିଂ। କହିଛନ୍ତି ଜନ ପ୍ରତିନିଧିଙ୍କୁ ଆଉ ପଞ୍ଜୁରୀରେ ବନ୍ଦ କରି ରଖିପାରିବନି ବିଜେଡି। ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡିର ବହୁ ବଡ ନେତା ଏବେ ବିଜେପି ସହ ସମ୍ପର୍କରେ ଅଛନ୍ତି।
ବିଜେଡି ବିରୋଧରେ ସୁଜିତ ଆଣିଥିବା ଅଭିଯୋଗର କାଉଣ୍ଟର କରିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର।
ଏଠି ପ୍ରଶ୍ନ ଉଠୁଛି କାହିଁକି ଦଳ ଛାଡୁଛନ୍ତି ବିଜେଡିର ଜଣେ ପରେ ଜଣେ ସାଂସଦ ? ଦଳର ଏକଛତ୍ରବାଦୀ ଶାସନରେ ଅତିଷ୍ଠ ହୋଇଥିବା ଥିବା ନେତାଙ୍କୁ ଏବେ ମିଳିଛି କି ପ୍ରକୃଷ୍ଟ ସୁଯୋଗ ? ଏହାଭିତରେ ଆଗକୁ ସାଂସଦ ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ବିଜେଡି ଛାଡିବା ନେଇ ଜୋରଧରିଛି ଚର୍ଚ୍ଚା।