ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଗତ ସନ୍ଧ୍ୟାରେ ସମସ୍ତ କଏଦୀଙ୍କ ସହ ପିତାମ୍ବର ନିଜ ସେଲକୁ ଯାଇଥିବା ବେଳେ ସେଠାରେ ରାତ୍ରି ଭୋଜନ କରିଥିଲା । ତେବେ ଆଜି ଭୋର ୪ଟା ସମୟରେ ପିତାମ୍ବରଙ୍କ ଦେହରେ ଜ୍ୱର ଭର୍ତ୍ତି ହେବା ଓ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ପିତାମ୍ବରକୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ସଦର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି । ଏଠାରେ ସୂଚନାଯୋଗ୍ୟ, ପିତାମ୍ବରଙ୍କ ସମେତ ଅନ୍ୟ ୭ ଅଭିଯୁକ୍ତ ୨୦୧୬ ମସିହାରେ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ ଓ କଟୁରିରେ ହତ୍ୟା କରିଥିବା ନେଇ ଆଳି ଥାନାରେ ୧୪୫/୧୬ ରେ ମାମଲା ରୁଜ୍ଜୁ ହୋଇଥିଲା । ସେହିଦିନ ଠାରୁ ଆଜିଯାଏ ପିତାମ୍ବର କେନ୍ଦ୍ରାପଡ଼ା ଉପ କାରାଗାରରେ ବନ୍ଦୀ ଜୀବନ କଟାଉଥିଲେ |
ଓଡିଶା ଖବର ଆହୁରି ପଢ଼ନ୍ତୁ ।