ପରେ ପାତ୍ରୀ ରାସ୍ତାରେ ଥିବା ନିଜ ଜମି ଆଡକୁ ଯାଉଥିଲେ । ଯିବା ରାସ୍ତାରେ ପୂର୍ବରୁ ଜମିବାଡି ନେଇ ଶତ୍ରୁତା ଥିବା ଯୋଗୁଁ ବୈଦୁ ମାଝୀ ଏକ ଠେଙ୍ଗା ସାହାଯ୍ୟରେ ଭଗ୍ନର ମୁଣ୍ଡରେ ଶକ୍ତ ଆଘାତ କରିଥିଲା | ଫଳରେ ଭଗ୍ନ ତଳେ ପଡିଯାଇଥିଲା ।
ଭଗ୍ନ ଘଟଣା ସ୍ଥଳରେ ମରିଯାଇଥିବା ଜାଣିପାରି ଶବ କାନ୍ଧରେ ବୋହି ଜଙ୍ଗଲ ମଧ୍ୟକୁ ପକାଇବା ପାଇଁ ନେବା ବେଳେ ଲୋକଙ୍କୁ ଦେଖି ସେଠାରେ ମୃତ ଦେହକୁ ପକାଇ ଦେଇଥିଲା । ମୃତ ଦେହ ପକାଇ ଦେଇ ବୈଦୁ ମାଝୀ ଡାବୁଗାଁ ଥାନାରେ ଆତ୍ମ ସମର୍ପଣ କରିଛି । ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।