ଗୁଳି କରିଥିବା ASIଙ୍କ ପୁଅ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୋପଳକୃଷ୍ଣ ୮ /୧୦ ବର୍ଷ ଧରି ମାନସିକ ରୋଗରେ ପୀଡିତ ଥିଲେ । ମେଡ଼ିସିନ ଖାଇଲେ ଠିକ ରହୁଥିଲେ। ବ୍ରହ୍ମପୁର ସ୍ଥିତ କମାପଲୀ ଦି ମାଇଣ୍ଡ ମେଡ଼ିକାଲରେ ଏକ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ ବାପା। ଲକଡାଉନ ପରେ ମେଡିକାଲ ବନ୍ଦ ହେଲା ପରେ ଆଉ ଚିକିତ୍ସିତ ହୋଇନାହାନ୍ତି । ମେଡ଼ିସିନ ପ୍ରେସକିପିସନ ବାପାଙ୍କ ପାଖରେ ଅଛି । ଏବେ କିଛି ଦିନ ହେଲା ମେଡିସିନ ଠିକ ସେ ଖାଉନଥିଲେ । ଏପଟେ ଗୁଳି କରିଥିବା ଏଏସଆଇଙ୍କ ପତ୍ନୀ କହିଛନ୍ତି ତାଙ୍କ ମୁଣ୍ଡ ଖରାପ୍ ଥିଲା।
ଥରେ ଥାନାରୁ ପଳାଇଥିଲେ ଆମେ ବୁଝାସୁଝା କରି ଆଣିଥିଲୁ। ହେଲେ ମନ୍ତ୍ରୀ ନବ ଦାସଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ପ୍ରତିକ୍ରିୟାରେ ଗୋପାଳଙ୍କ ସ୍ତ୍ରୀ କହିଛନ୍ତି। ଏପଟେ ନବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ଗୋପାଳଙ୍କୁ କାବୁକରି ପୋଲିସ ପଚରାଉଚରା କରୁଛି । ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ