କେବେଳ କାଳିଆ ଯୋଜନା ରାଶି ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଦେବାକୁ ଘୋଷଣା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ଏପରିକି ମୁଁ ବଞ୍ଚିଥିବା ଯ।ଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ବି କହିଥିଲେ । କିନ୍ତୁ ନିର୍ବାଚନ ସରିଲା ନବୀନଙ୍କ ସରକାର ବନିଲା ଆଉ ସରକାର ଗଠନ ହେବାର ମାସେ ମଧ୍ୟରେ କାଳିଆ ଟଙ୍କା ୧୦ ହଜାରରୁ ୪ ହଜାରକୁ ଖସିଗଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା କେତେ ପୁରଣ କରିଛନ୍ତି ଆସନ୍ତୁ ନଜର ପକାଇବା
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରତାରଣା ୧
୨୦୧୪ ମସିହାରେ କଥା ଦେଇଥିଲେ, ନବରଙ୍ଗପୁର ଜିଲ୍ଲାକୁ ଇନ୍ଦ୍ରାବତୀର ପାଣି ଦେବେ । ୧୦ ବର୍ଷ ହେଲା ମିଳି ନାହିଁ ।
ପ୍ରତାରଣା ୨
କଥା ଦେଇଥିଲେ ଜୟପୁର - ମାଲକାନାଗିରି ଓ ଜୟପୁର- ନବରଙ୍ଗପୁର ନୂଆ ରେଳ ଲାଇନ ପାଇଁ ଆଂଶିକ ଖର୍ଚ୍ଚ ବହନ କରିବେ ଓ ୨୦୨୨ ସୁଦ୍ଧା ଏହି ଦୁଇ ସହରକୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଇଞ୍ଚ ଜାଗା ଦେଇନାହାନ୍ତି ।
ପ୍ରତାରଣା ୩
କଥା ଦେଇଥିଲେ, ୨୦୧୯ ସୁଦ୍ଧା ସମସ୍ତ ଗରିବଙ୍କୁ ରାଜ୍ୟ ପାଣ୍ଠିରୁ ପକ୍କା ଘର ଓ ବିଜୁଳି ଦେବେ । ଏଥିପାଇଁ ମୋଦି ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଥିଲେ ମଧ୍ୟ କାମ ସରୁନାହିଁ ।
ପ୍ରତାରଣା ୪
କଥା ଦେଇଥିଲେ ସମସ୍ତ ବ୍ଲକର ୩୫% ଚାଷ ଜମିକୁ ଜଳସେଚନ ସୁବିଧା ଦେବେ । କିନ୍ତୁ ସବୁ ବ୍ଲକକୁ ହୋଇପାରିଲାନି ।
ପ୍ରତାରଣା ୫
କଥା ଦେଇଥିଲେ ପଦ୍ମପୁରକୁ ଜିଲ୍ଲା କରିବେ । ବର୍ତ୍ତମାନ ସୁଦ୍ଦା ହେଲାନି ।
ପ୍ରତାରଣା ୬
ଉପନିର୍ବାଚନ ବେଳେ କଥା ଦେଇଥିଲେ ବିଜେପୁର, ବାଲେଶ୍ଵର, ତିର୍ତ୍ତୋଲ, ପଦ୍ମପୁର, ବ୍ରଜରାଜନଗର, ଝାରସୁଗୁଡ଼ା ବିଧାନସଭାର ଦାୟିତ୍ଵ ନେବେ । କିନ୍ତୁ କେତେ ବୁଝିଲେ ?
ପ୍ରତାରଣା ୭
ସମ୍ବଲପୁର ନିଲଡୁଙ୍ଗୁରୀରେ କୃଷି ଟର୍ମିନାଲ କରିବା ପାଇଁ ୨୦୨୪ରେ ଶିଳାନ୍ୟାସ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜି ଯାଏଁ ଇଟା ଟିଏ ବି ପଡିଲାଣି । ଏ ସବୁ କାର୍ଯ୍ୟ କାହିଁକି ହେଲାନି ବୋଲି ପ୍ରଶ୍ନ ଉଠାଛନ୍ତି ବିରୋଧୀ ।