1952 ମସିହାରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ହରେକୃଷ୍ଣ ମହତାବ ଏଠାକୁ ପରିଦର୍ଶନରେ ଆସି ସହିଦପୀଠ ଠାରେ ଏକ ଗୃହକୁ ଉଦଘାଟନ କରିଥିଲେ I ପରବର୍ତ୍ତୀ ସମୟରେ ଏହା ସହିଦ ସ୍ମୃତି ସଂସନ୍ଦ ନାମରେ ନାମିତ ହୋଇଥିଲା I ଗତ ତିନିବର୍ଷ ତଳେ ସଂଗ୍ରାମୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ନାମରେ ଏକ ପାଠାଗାର ପାଇଁ ଶିଳାନ୍ୟାସ କରିଥିଲେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ I
ହେଲେ ତାହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ I ଗତ ଫନି ବାତ୍ୟା ଠାରୁ ଗୃହର ଆଜବେଷ୍ଟସ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି I ସ୍ୱାଧୀନତା ଆନ୍ଦୋଳନର ମୁଖସକ୍ଷୀ ପାଲଟିଥିବା ସ୍ମୃତି ପୀଠଟି ଆଜି ରକ୍ଷଣା ବେକ୍ଷଣ ଅଭାବରୁ ମାଟିରେ ମିଶି ଯିବାର ଆଶଙ୍କା ସୃଷ୍ଟି ହୋଇଛି I ଏହାର ପୁନଃରୁଦ୍ଧାର ପାଇଁ ସାଧାରଣ ରେ ଦାବି ଜୋରଦାର ହେଉଛି I ସ୍ମୃତି ଆଜି ବିସ୍ମୃତିର ଗର୍ଭରେ ଲୀନ ହେବାକୁ ଯାଉଛି I ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ପାଲଟିଥିବା ସହିଦ ସ୍ମୃତି ଭବନଟି ଆଜି ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ I
ଅଧିକ ପଢ଼ନ୍ତୁ ଓଡିଶା ଖବର: