ଅଧିକ ପଢ଼ନ୍ତୁୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶପଥ ନେଉଛନ୍ତି ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ଆଜି ଓ କାଲି ଦୁଇ ଦିନ ଧରି ଶପଥ ନେବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନବ ନିର୍ବାଚିତ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ବିଧାନସଭା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାଇକେଲରେ ବିଧାନସଭାକୁ ଆସିଛନ୍ତି । ୨୦ ତାରିଖରେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଚୟନ ଲାଗି ନିର୍ବାଚନ କରାଯିବ । ନିର୍ବାଚନ ପରେ ସପ୍ତଦଶ ବିଧାନସଭା ପାଇବ ନୂଆ ବାଚସ୍ପତି।
ଅଧିକ ପଢ଼ନ୍ତୁୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି। ମହିଳା ଓ ଛୋଟ ପିଲାଙ୍କ ବିରୋଧରେ ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଏଣିକି ଆଗୁଆ ଜାମିନ୍ ମିଳିବ ନାହିଁ। ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯୋଗୀ କ୍ୟାବିନେଟ୍ । କେନ୍ଦ୍ର ସରକାରଙ୍କ ନୂଆ ଅପରାଧିକ ଆଇନରେ ଆଗୁଆ ଜାମିନ ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ଏଥିରେ ସଂଶୋଧନ ଅଧ୍ୟାଦେଶ ଆଣିଛନ୍ତି। ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ରାଜ୍ୟପାଳଙ୍କ ସହମତି ପରେ ଗୃହବିଭାଗ ଏନେଇ ଅଧିସୂଚନା ଜାରି କରିବ। ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏଥିରେ ସଂଶୋଧନ କରିଛନ୍ତି ।
ଆଗୁଆ ଜାମିନ ନ ମିଳିବା ଫଳରେ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତମାନଙ୍କ ମେଡିକାର ଯାଞ୍ଚ ଜଲଦି ହୋଇପାରିବ । ଏହାଛଡା ପୀଡିତା ମହିଳା କିମ୍ବା ପିଲାମାନଙ୍କୁ କୌଣସି ପ୍ରକାର ଭୟ କିମ୍ବା ଚାପର ଶିକାର ହେବାକୁ ପଡିବ ନାହିଁ। ଏହି ନୂଆ ଅଧ୍ୟାଦେଶରେ ଦେଶ କିମ୍ବା ସରକାର ବିରୋଧୀ ଗତିବିଧି, ଅବୈଧ ଧର୍ମାନ୍ତରୀକରଣ, ମାଦକ ଦ୍ରବ୍ୟର ଚୋରା ଚାଲାଣ, ସଂଗଠିତ ଅପରାଧ, ଅଫିସିଆଲ୍ ସିକ୍ରେଟ ଆକ୍ଟକୁ ମଧ୍ୟ ସାମିଲ୍ କରାଯାଇଛି । ଏସବୁ ଅପରାଧରେ ମଧ୍ୟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳିବ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ୱାଦ ଓଡ଼ିଶା ସିଜନ-୨ ଆରମ୍ଭ ହୋଇଯାଇଛି । ଏହାକୁ ହୋଷ୍ଟ କରୁଛନ୍ତି ସ୍ମୃତିଶ୍ରୀ ସିଂ। ଏହି ସିଜନରେ ଓଡ଼ିଶାର ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିବ ଦର୍ଶକଙ୍କ ମନ । ଆଞ୍ଚଳିକ ଏବଂ ପାରମ୍ପରିକ ଖାଦ୍ୟର ପରିବେଷଣ ହେଉଛି ।
ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ ପରି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ ପୁରା ଟେଷ୍ଟିର ଟେକନିକ ବତାଇଦିଆଯାଉଛି । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଏବଂ ସ୍ୱାଦର ଜାଣୁଛନ୍ତି ସ୍ୱାଦ ଓଡ଼ିଶାରେ । ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଆଉ ତାର ସ୍ୱାଦ ନେଇ ଆରମ୍ଭ ହୋଇଛି ସ୍ୱାଦ ଓଡ଼ିଶା ସିଜନ-୨ । ତେବେ ଦେଖିବାକୁ ଭୁଲନ୍ତୁ ନାହିଁ ପ୍ରତ୍ୟେକ ରବିବାର ଅପରାହ୍ନ ୧ଟା ୩୦ ଏବଂ ଏବଂ ପୁନଃ ପ୍ରସାରଣ ସମୟ ଶୁକ୍ରବାର ରାତି ୯ଟା ୩୦ ଏବଂ ଶନିବାର ଅପରାହ୍ନ ୩.୩୦ ରେ କେବଳ ଅର୍ଗସ ନ୍ୟୁଜରେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍ ବିର୍ଲା। ଧ୍ବନୀ ମତରେ ହିଁ ସେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ବାଏଁ ବାଏଁ ଉଡ଼ାଇ ଦେବା ସହ ଦ୍ବିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ। ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ.ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ। ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ବନିମତ ସଂଗ୍ରହ କରିଥିଲେ। ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ବ ଗ୍ରହଣ କରାଇଛନ୍ତି।
ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ବିରୋଧୀ ଦଳ ଉପବାଚସ୍ପତି ପଦ ମାଗୁଥିବା ବେଳେ ବିଜେପି ଏଥିରେ ରାଜି ନ ହେବାରୁ ସେମାନେ କେ. ସୁରେଶଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ହେଲେ ସଂଖ୍ୟାବଳ ନ ଥିବାରୁ ତାଙ୍କ ଦାବି ପମ୍ପଚର ହୋଇଯାଇଛି । ତେଣୁ ସ୍ବାଧୀନ ଭାରତରେ ବଳରାମ ଜାଖଡ଼ଙ୍କ ପରେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷ ପୂରଣ କରି ପୁଣି ଥରେ ବାଚସ୍ପତି ହୋଇଛନ୍ତି । ତେବେ ବାଚସ୍ପତି ହେଉ ହେଉ ଆକ୍ସନକୁ ଆସିଛନ୍ତି ଓମ୍ ବିର୍ଲା । ଗତକାଲି ଇମରଜେନ୍ସିକୁ ୫୦ ବର୍ଷ ପୂରିଥିବା ବେଳେ ତା ବିରୋଧରେ ଆଜି ଲୋକସଭାରେ ପ୍ରସ୍ତାବ ପାରିତ କରିଛନ୍ତି ।
ଗତ ଥର ବି ଓମ୍ ବିର୍ଲାଙ୍କ ଗୃହ ପରିଚାଳନାକୁ ସାରା ଦେଶ ଦେଖିଥିଲା । ଗୃହ ଭିତରେ ବିରୋଧୀଙ୍କ ବିଶୃଙ୍ଖଳତାକୁ ଦମନ କରି ଗୃହକାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳିତ କରୁଥିବାରୁ ତାଙ୍କୁ ଆଉ ଥରେ ବାଚସ୍ପତି ଆସନରେ ବସାଯାଇଥିବା ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଭାରତ ଖବର