ସେହି ଦିନଠାରୁ ବିଭିନ୍ନ ପର୍ବ ପର୍ବାଣିରେ ନିଜ ଗାଁକୁ ଆସୁଥିଲେ ! କିଛି ଦିନ ତାଳେ ନିଜ ଫେସବୁକ ଆକାଉଣ୍ଟରେ ଯୁବ ପିଢ଼ିଙ୍କୁ ଉତେଜିତ କରିବା ପ୍ରସଙ୍ଗରେ ଛୋଟ ଡ୍ରେସ ପିନ୍ଧି ବୟାନ ଦେବା ପରେ ଗାଁ ଗଣ୍ଡାରେ ତାଙ୍କ ବାପା ମା’ଙ୍କ ଉପରକୁ ଆଙ୍ଗୁଠି ଉଠିଲା।
କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ନିଶାଙ୍କ ନାମରେ କେନ୍ଦ୍ରାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଶାଙ୍କ ବାପା ମାଙ୍କୁ ନାଗପୁରା ଗାଁର ସାଧାରଣ ଜନତା ଟାହି ଟାପରା କରିଥିଲେ । ଶେଷରେ ନିରାଶ ହୋଇ ଝିଅର କାରନାମା ପାଇଁ ଗାଁ ଛାଡି ଥିବା କଥା କହିଛନ୍ତି ତାଙ୍କ ସାହିର ମୁରବି ସତ୍ୟ ମଳିକ !
ନିଶାଙ୍କୁ ଟିଉସନ କରୁଥିବା ଶିକ୍ଷକ ଅଜୟ ରାଉତ ଅଜବ କଥା ଉଲ୍ଲେଖ କରିଛନ୍ତି। ନିଶା ତାଙ୍କ ପାଖରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିଲେ। ତେବେ ତାଙ୍କ ସାଙ୍ଗିଆ ମଳିକ ଥିବା ବେଳେ ସେ ମହାରଣା ସାଙ୍ଗିଆ କାହିଁକି କଲେ ବୋଲି ଶ୍ରୀ ରାଉତ ବି ପ୍ରଶ୍ନ କରିଛନ୍ତି।
ଜୀବନର ପଥ କେବେ ହେଲେ ଶଳଖ ସୁନ୍ଦର ନୁହେଁ। ଅନେକ ଘାତ ପ୍ରତିଘାତ ଆସିବ। ଆର୍ଥକ ଅବସ୍ଥା ମଧ୍ୟ ସବୁବେଳେ ସମାନ ରହିବନି। ହେଲେ ମଣିଷ ଶାଳିନତା ଭିତରେ ରହିଲେ, ତାର ମର୍ଯାଦା ସବୁବେଳେ ଅକ୍ଷୁର୍ଣ୍ଣ ରହିବ। ହେଲେ ଆଜିକାଲିର ଯୁବପିଢୀଙ୍କ ଭିତରେ ଏ କଥା ବୁଝିବାକୁ ମଗଜ ଥିଲେ ହେଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।