ପ୍ରଧାନମନ୍ତ୍ରୀ ସନମାନ ନିଧି ଯୋଜନାରେ କୃଷକ ମାନେ ଲାଭ ପାଇଛନ୍ତି 38 ଲକ୍ଷ 6 ହଜାର ଚାଷୀ ଲାଭବାନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେରେ 16 ଲକ୍ଷ 95 ହଜାର ଘର ଦିଆ ଯାଇଛି । ମାତ୍ର ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ରାଜ୍ୟ ସରକାର ଏହାକୁ ତତତ୍ପର ସହ କାର୍ଯ୍ୟ କରୁନାହାନ୍ତି । ତେଣୁ ରାଜ୍ୟ ସରକାର ଗରିବ ବାସ ହୀନ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା କରୁଛନ୍ତି ତାହା ଠିକ ଭାବେ ରାଜ୍ୟରେ ରୂପାୟନ ହୋଇପାରୁନାହିଁ । ସେଥିପାଇଁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦେଖା ଦେଇଛି ।
ଏହା ସହ ଓଡ଼ିଶାରେ ଲୋକସଭା କ୍ଷେତ୍ର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବୁ । ଭୋଟ ବ୍ୟାଙ୍କ ବୃଦ୍ଧି ପାଉଛି । ବିଜେଡି - ବିଜେପି ଭିତରେ କୌଣସି ଭିତିରି ବୁଝାମଣା ନାହିଁ । କିନ୍ତୁ ଜନକଲ୍ୟାଣ ପାଇଁ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବରିଷ୍ଠ ବିଜେବି ନେତା ପୃଥିରାଜ ହରିଚନ୍ଦନଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଆଜି ସକାଳୁ ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀଙ୍କ ଜନ୍ମ ସ୍ଥାନ ଯାଇ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଂଗ୍ରହାଳୟ ବୁଲି ଦେଖିଥିଲେ ମନ୍ତ୍ରୀ ।