ନାଁ ମମତା ଭୋଇ । ପୁଲ୍ରେ ପାୱାର ଦେଖାଉଥିଲେ । ରାଜ୍ୟ ତଥା ଜାତୀୟସ୍ତରରେ । ଯେଉଁଥିରେ ସେ ଅନେକ ସାର୍ଟିଫିକେଟ ଓ ମେଡାଲ ଓ ପାଇଛନ୍ତି । କିନ୍ତୁ ସେ ସବୁକୁ ସାଉଁଟି ରଖିବାକୁ ଥାକ କି ବ୍ୟାଗ୍ ଟିଏ ନାହିଁ । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ପ୍ରଶାସନ ଯାଏ ସବୁଠି ଗୁହାରି କରିଛନ୍ତି । ସାହାଯ୍ୟ ନୁହେଁ, ନିଜର ଅବଦାନ ପାଇଁ ଟିକେ ଆଦର ଚାହୁଁଛନ୍ତି । କିନ୍ତୁ ମିଳିପାରିନି ।
ଓଡ଼ିଶାର ପ୍ରଥମ ସନ୍ତରଣ ପ୍ରଶିକ୍ଷକ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ଭଲ ଶିଷ୍ୟ ଥିଲେ ମମତା । ଖବରପାଇ ଗୁରୁ ସୁନ୍ଦରମଣି ମମତାଙ୍କୁ ଦେଖିବାକୁ ଆସିଥିଲେ । ତାଙ୍କୁ ଦେଖି ପୁରୁଣା ସ୍ମୃତି ମନେ ପକାଇବା ସହ ଆଖି ଦେଇ କଷ୍ଟ ସବୁ ଯେମିତି ବୋହିଯାଇଥିଲା ।
ଆମ ରାଜ୍ୟରେ ଏଭଳି ଦୃଶ୍ୟ ଦେଖିଲା ପରେ ସ୍ପୋର୍ଟସ ହବ୍ , ଖେଳକୁ ଗୁରୁତ୍ବ, ବଡ଼ ଆୟୋଜନ ସବୁ ବଡ଼ବଡ଼ିଆଙ୍କ ଶବ୍ଦ ଲାଗେ । କ୍ରୀଡ଼ାର କଥା କହୁଥିବା ରାଜ୍ୟରେ କ୍ରୀଡ଼ାବିତ୍ଙ୍କ ଏ ହେଉଛି ସତ କାହାଣୀ ।