ଏନେଇ ସିପି କହିଛନ୍ତି ଏପରି କରି ଲୋକେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଫଳରେ ଲକଡାଉନ ସମୟରେ ମର୍ଣ୍ଣିଂ ୱାକ, ସାଇକ୍ଲିଙ୍ଗ, ଇଭିନିଙ୍ଗ ୱାକ ସମ୍ପୂର୍ଣ୍ଣ ଭାବରେ ବନ୍ଦ । ଉଭୟ ସହରରେ 24 ଘଣ୍ଟିଆ ଡାଏଲ 100 ଜାରି ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ଏହି 8093028100 ଡାଏଲ କରି ବରିଷ୍ଠ ନାଗରିକ ପୋଲିସର ସହାୟତା ନେଇ ପାରିବେ ।
ଅନ୍ୟପଟେ ଆଇନ ଶୃଙ୍ଖଲା ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି, କୌଣସି ଘରୋଇ ହସ୍ପିଟାଲରେ ଅଧିକ ଅର୍ଥ ନେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ 22 ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଜରିମାନା ଆଦାୟ ହୋଇଛି । ଏଥିସହ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୬୯ ଗିରଫ ଓ ୮୩୦୦ ଗାଡି ଜବତ ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।