ସ୍ବାବଲମ୍ବୀ ଭାରତ ବିଷୟରେ ଏକ ରାଷ୍ଟ୍ରୀୟ ସେମିନାର
କୋଭିଡ ଟେଷ୍ଟ ବିନା ଥଇଥାନ କେନ୍ଦ୍ର କିମ୍ଵା ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ରହିବାକୁ ମିଳିବନି ଅନୁମତି

ଅର୍ଗସ ବ୍ୟୁରୋ : ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ କରୋନା ଟେଷ୍ଟ ବିନା ରହିବାକୁ ମିଳିବନି ଅନୁମତି। ଥଇଥାନ ପୂର୍ବରୁ ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ। ତେବେ କରୋନା ରିପୋର୍ଟ ନ ଆସିବା ଯାଏଁ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମରେ ରଖିବାକୁ ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ସାର୍ଟିଫିକେଟ ଥିବା ବା ସଂଗରୋଧ ନିୟମ ପାଳନ କରିଥିବେ ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
Download Argus News App
