କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ତାହା ନେଉ ନ ଥିବା ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ଜଗନ୍ନାଖ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ତେଣୁ ଅସ୍ଥି କଳସୀକୁ ନେଇ ରାଜ୍ୟସାରା ବୁଲାଇବା ସହ ଲୋକଙ୍କୁ ଶେଷଦର୍ଶନ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଅପିଲ କରିଛନ୍ତି ପ୍ରିୟଦର୍ଶନ ।
ନଚେତ ନବୀନ ନିବାସ ଚାରିପଟେ ଏହି ଅସ୍ଥି କଳସକୁ ବୁଲାଇବା ସହ ସେଇ ନବୀନ ନିବାସ ଦ୍ବାରରେ ହିଁ ସ୍ଥାପନ କରାଯିବ ବୋଲି ଖୋଲା ଧମକ ଦେଇଛନ୍ତି ପ୍ରିୟଦର୍ଶନ ।
ସେପଟେ ଜଗନ୍ନାଥ ସେନା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରି ଡାକୋଟା ଫେରେଇବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଆଣିଥିବା ବେଳେ ଡାକୋଟା ଫେରିବା ପରେ ସେନାକୁ ଆମନ୍ତ୍ରଣ କରା ନ ଯିବା ଦୁଃଖର ବିଷୟ । ବିଜୁବାବୁଙ୍କ ଦ୍ବାରା ବ୍ୟବହୃତ ଡାକଟୋ ବିମାନକୁ ପୁରୀ ପରିକ୍ରମା ପ୍ରକଳ୍ପରେ ସ୍ଥାପନ କରିବାକୁ ପୁନର୍ବାର ଦାବି ଜଣାଇଛି ଜଗନ୍ନାଥ ସେନା ।