ଆର୍ଥୀକ ସ୍ଥିତି ଠିକ ନଥୀବାରୁ +୨ ପରେ ଆଗକୁ ପଢି ପାରି ନାହାନ୍ତି ରାଧେଶ୍ୟାମ । ତେବେ ତାଙ୍କୁ କିଛି ସରକାରୀ ସହାୟତା ମିଳିଲେ ପୁଅ ଆଗକୁ ଯାଇ ପାରିବ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ରାଧେଶ୍ୟାମଙ୍କ ମା । ଖାଲି ରଙ୍ଗତୁଳିରରେ ଜୀବନନ୍ତ ଚିତ୍ର ଆଙ୍କନ୍ତି ନାହିଁ ମାଟିରେ ମଧ୍ୟ ସୁନ୍ଦର ସୁନ୍ଦର ମୁର୍ତ୍ତି ଗଢିଥାନ୍ତି ରାଧେଶ୍ୟାମ। ପ୍ରତିଭା ଅଛି ହେଲେ ରହିଛି ପ୍ରତ୍ସାହନର ଅଭାବ । ମିଳୁନି ଉଚ୍ଚିତ ସମ୍ମାନ । ତେବେ ଅଭାବ ଅନଟନର କଷାଘାତରେ ବି ଆଗକୁ ବଢିବାର ଲକ୍ଷ୍ୟ ନେଇ କିଛି ନୁଆଁ କରି ଦେଖାଇବାର ପଣ ନେଇଛନ୍ତି ଜଣେ ଚିତ୍ରଶିଳ୍ପୀ । ଅପରପକ୍ଷରେ ତାଙ୍କ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ । ରାଧେଶ୍ୟାମଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାବେଳେ ପର ଘରେ ମୁଲ ଲାଗି ଯାହା ଦୁଇ ପଇସା ଆୟ କରନ୍ତି ସେଥିରେ ପରିବାର ଚଳେ । ସେପଟେ ବର୍ତମାନ ଆଧିନୁକତାର ଛାପରେ ମାଟି ପାତ୍ରର ଚାହିଦା ନଥିବାରୁ କୌଳିକ ବୃତି ମଧ୍ୟ ପେଟକୁ ଦାନା ଯୋଗାଇ ପାରୁନି । ଫଳରେ ରାଧେଶ୍ୟାମଙ୍କୁ ଥିବା ଆର୍ଟ କଲେଜରେ ପାଠ ପଢାଇବାର ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି। ପାଠରେ ଡୋରେି ଲାଗିଥିଲେ ହେଁ କିନ୍ତୁ ଚିତ୍ର ଆଙ୍କିବାରୁ ନିବୃତ ରହି ନାହାନ୍ତି । ପ୍ରତିକୁଳ ପରିସ୍ଥିତିରେ ବି ଆକର୍ଷଣିୟ ଚିତ୍ର ଆଙ୍କି ଚାଲିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଜାଦୁକରୀ ଚିତ୍ରକାରଙ୍କୁ ଆର୍ଥିକ ସହାୟତା ।
ଅଧିକ ଦେଖନ୍ତୁ: