ଗରା, ବାଲ୍ଟି ଧରି ରାଜରାସ୍ତାରେ ଗ୍ରାମବାସୀ
by Banajyotshna Ray
Odisha
| Fri, Mar 24 | 3:05 p.m.
ଅର୍ଗସ ବ୍ୟୁରୋ: ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କୁ ମିଳି ପାରୁନାହିଁ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଆଦରପଦା ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି ।
ଏହି ଗ୍ରାମବାସୀଙ୍କର ପାନୀୟ ଜଳ ସମସ୍ୟା ଦୀର୍ଘ ଦିନରୁ ରହି ଆସିଥିବା ବେଳେ ବାରମ୍ବାର ଉପରିସ୍ଥ ଅଧିକାରୀ ତଥା ଜନପ୍ରତିନିଧିଙ୍କୁ ଅବଗତ କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ଆଜକୁ ୬ ମାସ ହେବ ପାନୀୟ ଜଳ ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ।
ଗ୍ରାମରେ ଥିବା ଦୁଇ ଗୋଟି ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡି ରହିଥିବା ବେଳେ ତାହାକୁ ମରାମତି କରାଯାଉନାହିଁ । ଯାହାକି ପିଇବା ପାଣି ଯୋଗାଇ ଦେବା ଦାବିରେ ଆଜି ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯାହାଫଳରେ କପ୍ତିପଦା-କଳମଗଡିଆ ରାସ୍ତାରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: