ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରକୁ ଓଲିଉଡ୍ ଗାୟକ ହ୍ୟୁମାନ ସାଗର। ଏହାସହ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଭୁବନେଶ୍ୱର ଖାରବେଳ ନଗର ଥାନାରେ ସଙ୍ଗୀତ ନିର୍ଦ୍ଦେଶକ ଜାପାନି ଲିଖତ ଅଭିଯୋଗ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କର ଭଜନ ଗାଇବାକୁ ସେ ହ୍ୟୁମାନ ସାଗରଙ୍କୁ ବାରମ୍ବାର ନିବେଦନ କରିଥିଲେ।
କିନ୍ତୁ ହ୍ୟୁମାନ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ଖାଲି ଏତିକି ନୁହେଁ, ହ୍ୟୁମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି। ଜାପାନୀଙ୍କ କହିବା ଅନୁଯାୟୀ, ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଏକ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଯାଇଛନ୍ତି। ନିକଟରେ ହ୍ୟୁମାନଙ୍କ ଜଣେ ସହଯୋଗୀ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ୍ କରି ଧମକ ଦେଇଥିଲେ। କଟକ ଆସିଲେ ଜାପାନୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ।