
ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଗୋଟିଏ ଦିନରେ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡିଶାରେ ମୋଟ ସୁସ୍ଥ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
15 from Khurdha 14 from Bargarh 14 from Bhadrak 12 from Balasore 10 from Keonjhar 10 from Malkangiri 9 from Jagatsinghpur 7 each from Jharsuguda & Mayurbhanj 6 from Kandhamal 5 each from Nayagarh & Sambalpur 4 from Nabarangpur 3 from Kendrapara 2 from Dhenkanal
— H & FW Dept Odisha (@HFWOdisha) July 9, 2020
ଆଜି ଗଞ୍ଜାମରେ ସର୍ବାଧିକ ୧୦୦ ଓ ଗଜପତିରେ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୨, ଯାଜପୁରରୁ ୩୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ ଓ ଭଦ୍ରକରୁ ୧୪, ବାଲେଶ୍ବରରୁ ୧୨, କେନ୍ଦୁଝର ଓ ମାଲକାନଗିରିରୁ ୧୦-୧୦ ସୁସ୍ଥ, ଜଗତସିଂହପୁରରୁ ୯, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, କନ୍ଧମାଳରୁ ୬, ନୟାଗଡ଼ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଓ ଢେଙ୍କାନାଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

