ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ସୋଆ ଲିଟେରାରୀ ଫେଷ୍ଟିଭାଲ ଉଦ୍ଯାପିତ..
ଭୁବନେଶ୍ୱର: ସୋଆ ଲିଟେରାରୀ ଫେଷ୍ଟିଭାଲ ଉଦ୍ଯାପିତ ହୋଇଯାଇଛି । ଦୁଇ ଦିନ ହେବ ସୋଆ ପରିସରରେ ଚାଲିଥିଲା ଏହି ସାହିତ୍ୟ ଉତ୍ସବ । ସାରା ଦେଶରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଉତ୍ସବରେ ଦେଶର ବିଶିଷ୍ଟ ସାହିତ୍ୟିକ ଓ କବିଙ୍କୁ ଏକତ୍ରୀତ କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସମ୍ପର୍କରେ ଏହି ଉତ୍ସବରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ସାରାଦେଶରୁ ପ୍ରାୟ 100 ଜଣ ବିଶିଷ୍ଟ ସାହିତ୍ୟିକଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଦୁଇଦିନରେ ବିଭିନ୍ନ ବିଷୟ ବସ୍ତୁକୁ 26ଟି ସେସନ୍ ମାଧ୍ୟମରେ ଆଲୋଚନା କରାଯାଇଛି । ଆଜିର ଉଦ୍ଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ କବି ରମାକାନ୍ତ ରଥ, ସିତାକାନ୍ତ ମହାପାତ୍ର, ଲେଖକ ବିଭୁତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
Download Argus News App
