ଭୁବନେଶ୍ୱର: ଭିଏସ୍ଏସ୍ ନଗରରେ ଅନୁଷ୍ଠିତ ହୋଇଯାଇଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର । ଏହି ଚକ୍ଷୁ ଶିବିରରେ ପ୍ରାୟ 100 ରୁ ଅଧିକ ଲୋକ ମାଗଣା ଚକ୍ଷୁ ପରୀକ୍ଷା କରି ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସମାଜ ସେବୀ ସୁରଜିତ ସାହୁଙ୍କୁ ସମସ୍ତେ ଏଭଳି ସୁନ୍ଦର ପଦକ୍ଷେପ ପାଇଁ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପକାର ହେଉଛି । ଏହି କାର୍ଯ୍ୟକ୍ରମରେ ସୁରଜିତ୍ ସାହୁଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଆଶିଷ କୁମାର ଲାଲୁ, ସୁପ୍ରିୟ ପରମାନିକ ଏବଂ ଚକ୍ରଧର ତରାଇ ।
ଚକ୍ଷୁ ବିନା ଜୀବନ ଅନ୍ଧକାର ରହିଥାଏ । ଚକ୍ଷୁ ନଥିଲେ ଜୀବନରେ ଅନେକ କିଛି ହରାଇବାକୁ ପଡ଼ିଥାଏ । ସାରା ଜୀବନ ଦୁଃଖରେ କଟିଯାଏ । ତେଣୁ ଏଭଳି ପରିସ୍ଥିତରୁ ଲୋକଙ୍କୁ ରକ୍ଷା କରିବାକୁ ଯାଇ ସୁରଜିତ୍ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି । ମାଗଣା ଚକ୍ଷୁ ଚିକିତ୍ସା ଶିବର କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ।


