Bhakti: Bhabare Bhagabata | EP -437 | Argus News
କୋରୋନା ମୁକାବିଲାରେ କଠିନ ପରିଶ୍ରମ ପାଇଁ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ: ସମୀର
ଭୁବନେଶ୍ୱର: କୋରୋନା ବିରୁଦ୍ଧରେ ଦିନ ରାତି ଏକ କରି ଲଢ଼େଇ କରୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । କୋରୋନା ମୁକାବିଲାରେ କଠିନ ପରିଶ୍ରମ କରୁଥିବା ରାଜ୍ୟ ଠାରୁ ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ଗାଁ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛି ବିଜେପି । ଏନେଇ ରାଜ୍ୟ ବିଜେପି ପକ୍ଷରୁ ଏକ ଚିଠି ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦେଇଛି ରାଜ୍ୟ ବିଜେପି ।
ଲକ୍ ଡାଉନ୍କୁ ସଫଳ କରିବା, ଭୋକିଲା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା, ଜନସଚେତନତା ପାଇଁ ପୋଲିସ 24 ଘଣ୍ଟା ରାସ୍ତାରେ ଛିଡ଼ା ହେବାକୁ ନେଇ ପ୍ରଶଂସା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ସେମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ବିଜେପିର କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସମୀର ମହାନ୍ତି ।
Download Argus News App
