କେନ୍ଦ୍ରାପଡ଼ା ବାର ଆସୋସେସନର ନିର୍ବାଚନ !
ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ରେଡ

ବାଲେଶ୍ଵର: ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ରେଡ । ଏହା ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସୋର ତଳନଗର ଡିଗ୍ରି କଲେଜର ଅଧ୍ୟାପକ ରାମଚନ୍ଦ୍ର ଉପାଧୟଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ଏକ ୨୨ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି । ରାମଚନ୍ଦ୍ରଙ୍କ କଲେଜ ଛକ ଭଡା ଘର ସମେତ କାର୍ଯ୍ୟରତ ତଳନଗର କଲେଜରେ ଏବଂ ତାଙ୍କ ପୈତୃକ ଘର ବାହାନଗାରେ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ବର୍ତ୍ତମାନ ସୁଧା ଗୋଟିଏ ୨୨ଲକ୍ଷ ଟଙ୍କାର ଗାଡି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଚଢ଼ାଉ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।
Download Argus News App
