ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଲ୍ୟାମ୍ପ ଏମ୍ଡି । ଚାଷୀଙ୍କଠାରୁ ଧାନ କିଣା ପ୍ରସଙ୍ଗରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲ୍ୟାମ୍ପ ଏମ୍ଡି । ମଣ୍ଡି ଟୋକନରେ ଆଗୁଆ ଧାନ କିଣିବା ପାଇଁ ଚାଷୀଙ୍କଠାରୁ ସମ୍ପୃକ୍ତ ଲ୍ୟାମ୍ପ୍ ଏମ୍ଡି ବାନାମ୍ବର ପଟ୍ଟନାୟକ 1500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଜଣେ ଚାଷୀଙ୍କଠାରୁ 99.32 କ୍ୱିଣ୍ଟାଲ ଧାନ କିଣିବା ପାଇଁ ଏହି ଲାଞ୍ଚ ନେଇଥିଲେ ।
ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମସିଗା ଗ୍ରାମରେ ଧାନ ମଣ୍ଡି ଚାଲିଥିବା ବେଳେ ଦିଗାଗୁଡା ଗ୍ରାମର ଚାଷୀ ମତିରାମ ଭତରାଙ୍କ ଠାରୁ 99.32 କ୍ୟୁଣ୍ଟାଲ ଧାନ କ୍ରୟ କରିବା ପାଇଁ 1500 ଟଙ୍କା ଲାଞ୍ଚ ନେଇଥିଲେ ବାନାମ୍ବର । ସେଠାରେ ପୂର୍ବ ଯୋଜନା ଅନୁଯାୟୀ, ସାଧା ପୋଷାକରେ ଲୁଚି ରହିଥିବା ନବରଙ୍ଗପୁର ଭିଜିଲାସନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଏହା ସହ ଏମ୍ଡି ବାନମ୍ବରଙ୍କୁ ଗିରଫ କରିଛି ଭିଜିଲାନ୍ସ । ବର୍ତମାନ ଅନ୍ୟ ଏକ ଟିମ୍ ଗୁଣୁପୁରରେ ଥିବା ବାନମ୍ବର ପଟ୍ଟନାୟକଙ୍କ ଭଡ଼ା ଘରେ ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛନ୍ତି କୋରାପୁଟ ଭିଜିଲାସନ୍ସ ଏସ୍ପି । ଗିରଫ ଏମ୍ଡି ବାନମ୍ବରଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
